ଯାଜପୁର: ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ପିଟିଲା କାର, ୩ ଜଣଙ୍କ ଜୀବନ ଗଲା
Khabar Odisha:State-Three-dead-in-road-accident-in-Rathi-Chowk-of-Dharmasala-police-limits

ଭୁବନେଶ୍ୱର, ଅଗଷ୍ଟ ୦୭ (ଖବର ଓଡ଼ିଶା): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ରଥିଆ ଛକରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, ପଶ୍ଚିମବଙ୍ଗର ମେଦିନାପୁରକୁ ଯାଉଥିବା ଭୁବନେଶ୍ୱରର ଏକ ପରିବାରର ୫ ଜଣ ଲୋକ କାରରେ ବସିଥିଲେ । କିନ୍ତୁ କାରଟି ଯେତେବେଳେ ରଥିଆ ଛକ ନିକଟରେ ପହଂଚିଛି, ଭାରସାମ୍ୟ ହରାଇ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣ ପୁରୁଷଙ୍କ ଜୀବନ ଚାଲି ଯାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ । 

ଦୁର୍ଘଟଣା ସଂପର୍କିତ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି, ସ୍ଥାନୀୟ ଲୋକଙ୍କର ସହାୟତାରେ ପ୍ରଥମେ ଧର୍ମଶାଳା ହସ୍ପିଟାଲରେ ଭର୍ତ୍ତି କରିଥିଲା । କିନ୍ତୁ ସେମାନଙ୍କର ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି । 

 

  • Tags:

Subscribe

National International State Sports Entertainment