ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବାଣୀବିହାର ପ୍ଲାଟିନମ ଜୁବଲିରେ ଯୋଗ ଦେବେ
Khabar Odisha:State-Odisha-President-Ramnath-Kovind-In-Odisha
ଭୁବନେଶ୍ୱର, ଡିସେମ୍ବର ୦୮ (ଖବର ଓଡ଼ିଶା):

ଓଡ଼ିଶାରେ ରାଷ୍ଟପତି ରାମନାଥ କୋବିନ୍ଦ । ସେ ଖୋର୍ଦ୍ଧା ବରୁଣେଇ ପାଇକ ସ୍ମୃତିସ୍ଥଳ ଶିଳାନ୍ୟାସ କରିବେ ଏବଂ ବାଣୀବିହାର ପ୍ଲାଟିନମ ଜୁବଲିରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ।

ଆଜି ଠାରୁ୨ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳେ ଖୋର୍ଦ୍ଧା ବରୁଣେଇ ପାଇକ ସ୍ମୃତିସ୍ଥଳକୁ ଗସ୍ତ କରିଛନ୍ତି । ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ପାଇକ ବିଦ୍ରୋହ ସ୍ମୃତିସ୍ଥଳକୁ ୧୦:୩୫ରେ ଶିଳାନ୍ୟାସ କରି ଉପସ୍ଥିତ ବ୍ୟକ୍ତିଙ୍କୁ ଉଦବୋଧନ ଦେବେ । ସେଠାରେ ୧୦:୩୫ ରୁ ୧୧:୩୫ ଯାଏଁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି । କଡ଼ା ସୁରକ୍ଷା ମଧ୍ୟରେ ବରୁଣେଇରେ ଶିଳାନ୍ୟାସ କରିବା ପରେ ରାମନାଥ କୋବିନ୍ଦ ବାଣୀବିହାର ପ୍ଲାଟିନମ ଜୁବଲିର ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବେ । ବାଣୀ ବିହାରରେ ୧୨ ଟା ୩୫ ମିନିଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଂଚିବେ । ସେଠାରେ ସେ ନିଜର ଦୀକ୍ଷାନ୍ତ ଭାଷଣ ରଖିବେ । ଏହା ସହ ସେଠାରେ ନବ ନିର୍ମିତ ରୁସା ଭବନର ଉଦଘାଟନ କରିବେ । ପ୍ଲାଟିନମ ଜୁବୁଲି ସମାରୋହରେ ସ୍ୱତନ୍ତ୍ର ସ୍ମରଣିକା ଉନ୍ମୋଚନ କରିବେ । ଏହି ସମାରୋହରେ ରାଜ୍ୟପାଳ ଫ. ଗଣେଶୀ ଲାଲ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । 

ସେଠାରୁ ଦିନ ପ୍ରାୟ ୧ଟା ୪୫ରେ ରାଜଭବନକୁ ଫେରିଯିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ ଭବନରେ ବିଶ୍ରାମ ନେଇ ପୁଣି ସନ୍ଧ୍ୟା ୫ଟା ୨୦ ମିନିଟରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ଦାୟିତ୍ୱରେ ରହିଛନ୍ତି ।

  • Tags:

Subscribe

National International State Sports Entertainment