ଯନ୍ତ୍ରୀଙ୍କୁ ବସଉଠ ଘଟଣାରେ ବିଧାୟକଙ୍କ ଗିରଫ ଦାବୀରେ ଆଦିବାସୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ
Khabar Odisha:State-Odisha-MLA-Saroj-meher-Viral-video-mattter
ବଲାଙ୍ଗୀର, ଜୁନ ୧୨(ଖବର ଓଡ଼ିଶା):

ବଲାଙ୍ଗୀରରେ ପାଟଣାଗଡ଼ ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କୁ କାନଧରି ବସଉଠ କରାଇବା ଘଟଣା ଏବେ ନୂଆ ମୋଡ଼ ନେଉଛି । ବିଧାୟକଙ୍କ ସପକ୍ଷରେ ଓବିସି ମଞ୍ଚ ଥିବା ବେଳେ ଆଜି ଆଦିବାସୀ ସଂଘ ପକ୍ଷରୁ ବିଧାୟକଙ୍କ ଗିରଫ ଦାବୀ କରି ଜୋର ଦେଇଛି ।

ପାଟଣାଗଡ଼ ବିଧାୟକ ସର୍ବସମ୍ମୁଖରେ କନିଷ୍ଠ ଯନ୍ତ୍ରୀଙ୍କୁ କାନଧରି ବସଉଠ କରାଉଥିବା ଭିଡ଼ିଓରେ ତଥା ଘଟଣାରେ ଆବିବାସୀ ସଂଘ ପାରମ୍ପାରିକ ଅସ୍ତ୍ର ଓ ବାଦ୍ୟ ବଜାଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି  । ଏହି ସମୟରେ ପୋଲିସ ଓ ଆଦିବାସୀଙ୍କ ମଧ୍ୟରେ ମୁହଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଜାତିଆଣ ଅକ୍ଷେପ ମାମଲା ଯାହା ଏସିଏସଟି ଆକ୍ଟରେ ମଧ୍ୟ ରୁଜ୍ଜୁ ହୋଇଛି । ଏହାକୁ ଓବିସି ମଞ୍ଚ ବିରୋଧ କରୁଥିବା ବେଳେ ଜାତିଆଣ ଆକ୍ଷେପ ଯୋଗୁଁ ଆଦିବାସୀ ସଂଘ ବିଧାୟକଙ୍କ ଗିରଫ ଦାବୀ କରିଛି । କିନ୍ତୁ ଘଟଣାଟି ଚର୍ଚ୍ଚା ହେବା ପରେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ମୁହଁ ଖୋଲିଥିଲେ । ତାଙ୍କ ଜୀବନ ପତି ବିପଦ ଥିବା କହିବା ସହ ସେ ବିଧାୟକଙ୍କ ନାଁରେ ମାମଲା ରୁଜ୍ଜୁ କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ବୁଧବାର ଦିନ ବଲାଙ୍ଗୀର ପାଟଣାଗଡ଼ ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କୁ କାନଧରି ବସଉଠ କରାଇବା ଭିଡ଼ିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । 

  • Tags:

Subscribe

National International State Sports Entertainment