ପୁଣି ଶବକୁ ଅସମ୍ମାନ: ମିଳିଲାନି ମହାପ୍ରୟାଣ ଗାଡ଼ି, କାଲି ରାତିଠୁ ଟ୍ରଲିରେ ପଡ଼ି ରହିଛି ମୃତଦେହ
Khabar Odisha:State-Odisha-Body-of-a-married-woman-reportedly-lying-unattended-in-a-trolley-outside-Binika-CHC-since-Friday-night
ସୋନପୁର, ଫେବୃଆରୀ ୨୨ (ଖବର ଓଡ଼ିଶା):

ସୋନପୁର ବିନିକାରେ ପୁଣି ଶବକୁ ଅସମ୍ମାନ । ବିନିକା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ବାହାରେ ରାତିଠୁ ଟ୍ରଲିରେ ପଡିରହିଛି ମୃତଦେହ ।

ଗତକାଲି ବିନିକାପଡାର ଜିତେନ୍ଦ୍ର ସାହୁଙ୍କ ପତ୍ନୀ ପୁଜା ସାହୁ ନିଆଁରେ ପୋଡି ହୋଇ ଥିବାରୁ ତାଙ୍କୁ ବିନିକା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା । ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡି ନମିଳିବାରୁ ବାଧ୍ୟହୋଇ ତାଙ୍କୁ ଏକ ଟ୍ରଲିରେ ବିନିକା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା । ତେବେ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଆଣିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଶବଟି ଟ୍ରଲିରେ ରାତିସାରା ପଡି ରହିଥିଲେ ମଧ୍ୟ ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା କରାଯାଇନାହିଁ ।

  • Tags:

Subscribe

National International State Sports Entertainment