ଫ୍ଲୋରିଡା, ଅଗଷ୍ଟ ୦୬ (ଖବର ଓଡ଼ିଶା): ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଜାରି ଥିବା ଟି-୨୦ ଶୃଙ୍ଖଳାର ୪ର୍ଥ ମୁକାବିଲା ଆଜି ହେବ । ଫ୍ଲୋରିଡାର ଲାଉଡେରହିଲସ୍ଥିତ ସେଣ୍ଟ୍ରାଲ ବ୍ରୋୱାର୍ଡ ରିଜିଓନାଲ ପାର୍କ ଷ୍ଟାଡିୟମ ଟର୍ଫ ଗ୍ରାଉଣ୍ଡରେ ଏହି ମ୍ୟାଚ ଭାରତୀୟ ସମୟ ଅନୁସାରେ ରାତି ୮ଟାରୁ ଆରମ୍ଭ ହେବ । ୫ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ପୂର୍ବରୁ ୨ଟି ମ୍ୟାଚ ଜିତିଥିବାରୁ ଆଜିର ମ୍ୟାଚ ଜିତିବାକୁ ଚାହିଁବ । କାରଣ ଆଜିର ମ୍ୟାଚ ଭାରତ ଜିତିଲେ ଶୃଙ୍ଖଳା ନିଜ ହାତକୁ ଆସିଯିବ । ଅନ୍ୟପଟରେ ୱେଷ୍ଟଇଣ୍ଡିଜ ପୂର୍ବରୁ ଗୋଟିଏ ମ୍ୟାଚ ଜିତିଥିବାରୁ ଆଜିର ମ୍ୟାଚ ଜିତିବା ପାଇଁ ବଳ କଷି ସମାନ ସ୍ତରକୁ ଆଣିବାକୁ ଲକ୍ଷ୍ୟ ରଣନୀତି ପ୍ରସ୍ତୁତ କରିବ ।
ଭାରତୀୟ ଟିମ୍ ବର୍ତ୍ତମାନ ଭଲ ସ୍ଥିତିରେ ରହିଛି । ଦଳର ଯୁବ ଖେଳାଳିମାନେ ୱେଷ୍ଟଇଣ୍ଡିଜକୁ ସଫଳତାର ସହିତ ମୁକାବିଲା କରିପାରୁଛନ୍ତି । ଭାରତ ୩ୟ ଟି-୨୦ରେ ୭ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । ସେହିପରି ପ୍ରଥମ ମୁକାବିଲାରେ ୬୮ ରନ୍ରେ ଜିତିଥିଲା । ୨ୟ ଟି-୨୦ରେ ୱେଷ୍ଟଇଣ୍ଡିଜ ୫ ୱିକେଟରେ ମ୍ୟାଚ ହାତେଇଥିଲା ।