ହୃଦଘାତରେ ଯବାନଙ୍କ ଅକାଳ ବିୟୋଗ
Khabar Odisha:Soldier-untimely-death-from-a-heart-attack
ବଲାଙ୍ଗୀର, ସେପ୍ଟେମ୍ବର ୨୭ (ଖବର ଓଡ଼ିଶା):

ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ପଞ୍ଚାୟତ ତେନ୍ତୁଳିଗାଁ ର ଯବାନ ସୁମନ୍ତ ପଧାନଙ୍କ ହୃଦଘାତରେ ଅକାଳ ବିୟୋଗ ଘଟିଛି । ତାଙ୍କପରିବାର ସୂତ୍ରରୁ ଜଣାପଡିଛି ଯେ ଗୁରୁବାର ସେ ଛାତିରେ ଖୁବ୍ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଆର୍ମି ହସ୍ପିଟାଲକୁ ଚିକିତ୍ସାପାଇଁ ନିଆଯାଇଥିଲା । ସେହି ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିବା ସମୟରେ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା । ଏହି ଦୁଃଖଦ ଖବର ଜାଣିବା ପରେ ତାଙ୍କ ଗାଁ ସ୍ତବ୍ଧ ପାଲଟିଯାଇଛି ଓ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି । ତାଙ୍କ ପତ୍ନୀ ସୌଦାମିନୀ ପଧାନ ଓ ଚାରି ବର୍ଷର ପୁତ୍ର ମଧ୍ୟ ଅସହାୟ ହୋଇପଡିଛନ୍ତି । ସେ ମହାନ ଗଣପର୍ବ ନୁଆଁଖାଇ ପାଳନ କରିବା ପାଇଁ ନିଜଗ୍ରାମକୁ ଆସିଥିଲେ ଓ ଗତମାସ ୨୮ତାରିଖରେ ସେ କାର୍ଯ୍ୟକରୁଥିବା ତାଙ୍କ କର୍ମକ୍ଷେତ୍ର ନୁଆଁଦିଲ୍ଲୀକୁ ଚାଲିଯାଇଥିଲେ । ଯବାନଙ୍କ ପାର୍ଥୀବ ଶରୀର ନିଜ ଜନ୍ମମାଟିକୁ ଆଣିବା ପାଇଁ ତାଙ୍କର ଭାଇ ନୁଆଁଦିଲ୍ଲୀ ପହଂଚିଥିଲେ ଏବଂ ତାଙ୍କ ପାର୍ଥୀବ ଶରୀର ଆଜି ଗ୍ରାମରେ ପହଂଚିବ ବୋଲି ଜଣାପଡୁଛି ।

  • Tags:

Subscribe

National International State Sports Entertainment