ତିରୁପତି: ଆନ୍ଧ୍ରପ୍ରଦେଶରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଉଭୟ ଦୁର୍ଘଟଣା ଆନ୍ଧ୍ରପ୍ରଦେଶର ୱାଇଏସଆର କଡପା ଜିଲ୍ଲାରେ ଘଟିଛି। ଅନ୍ୟ ୫ ଜଣ ମଧ୍ୟ ଆହତ ହୋଇଛନ୍ତି। ପ୍ରଥମ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏମାନେ ସମସ୍ତେ ଅନ୍ତିମ ସଂସ୍କାର ସାରି ସମସ୍ତେ ଫେରୁଥିଲେ। ୪ ମୃତକ ଚକ୍ରୟାପେଟ ମଣ୍ଡଳର କୋନେପଲ୍ଲୀ ଗ୍ରାମର ବାସିନ୍ଦା। କଣ୍ଟେନର ଚାଳକଙ୍କ ପରିଚୟ ମିଳିପାରିନାହିଁ।
ପୁଲିସ ସୂଚନା ଅନୁଯାୟୀ, ଗୁଭାଲଚେରୁଭୁ ଘାଟରୋଡ୍ରେ ଏକ କାର୍ ଓ କଣ୍ଟେନର ମଧ୍ୟରେ ଭୀଷଣ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଘଟଣାସ୍ଥଳରେ କାର୍ରେ ବସିଥିବା ୪ ଜଣ ଓ କଣ୍ଟେନର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। କାର୍ରେ ବସିଥିବା ବ୍ୟକ୍ତିମାନେ ଜଣେ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ପୁଲିସ କହିଛି।
ଦ୍ବିତୀୟ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଧୁବୁରୁ ମଣ୍ଡଳର ଚିନ୍ତାଗୁଣ୍ଠା ନିକଟରେ ଦ୍ରୁତ ଗତିରେ ଆସୁଥିବା କାର୍ଟି ଅନିୟନ୍ତ୍ରିତ ହୋଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୨ ଜଣଙ୍କମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ସେମାନେ କୁର୍ଣ୍ଣୁଲରୁ ତିରୁମାଲା ଅଭିମୁଖେ ଯାଉଥିଲେ। ପୁଲିସ ଏକ ମାମଲା ରୁଜୁ କରିଛି।
ଅଧିକ ପଢ଼ନ୍ତୁ: ଅଗଷ୍ଟ ୩୦ରେ ବିଜେପିରେ ଯୋଗଦେବେ ଚମ୍ପାଇ ସୋରେନ