ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ, ମୃତାହତଙ୍କ ସୂଚନା ନାହିଁ
Khabar Odisha:Security-forces-and-Maoists-clashed-in-Malkangiri-leaving-no-casualties
ମାଲକାନଗିରି, ଜୁନ ୧୬ (ଖବର ଓଡ଼ିଶା):

ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡ଼ା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ । ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା । 

ବୁଲାବେଡ଼ା ଜଙ୍ଗଲରେ ମାଓ ଶିବିର ଚାଲିଥିବା ଖବର ପାଇ ସୁରକ୍ଷା ବାହିନୀ ଅପରେସନ୍ ଆରମ୍ଭ କରିଥିଲା । ଏସଓଜି ଓ ଡିଭିଏଫ୍ ଯବାନଙ୍କ ସହ ମାଓବାଦୀଙ୍କର ମୁହାଁମୁହିଁ ହୋଇଥିଲେ ।

ଯବାନଙ୍କୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା ମାଓବାହିନୀ । ପାଲଟା ଜବାବରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ଏବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଏସଓଜି ଓ ଡିଭିଏଫ୍ ଯବାନ ଜୋରଦାର କରିଛନ୍ତି ।

  • Tags:

Subscribe

National International State Sports Entertainment