ରାୟପୁର: ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଛଅ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ସମସ୍ତ ମୃତକ ଗୋଟିଏ ପରିବାରର ଥିଲେ। ସଦର ଥାନା ଅଞ୍ଚଳରେ ୩୦ ନମ୍ବର ଜାତୀୟ ରାଜପଥରେ ଦୁଇଟି କାର ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଘଟଣା ଘଟିଛି।
ରିପୋର୍ଟ ଅନୁଯାୟୀ, ଧକ୍କା ଏତେ ତୀବ୍ର ଥିଲା ଯେ ଗୋଟିଏ କାରରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ କାରରେ ଥିବା ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଥିଲେ। ମୃତକ ପରିବାର କାଙ୍କେରର ଉଡାକୁଡାର ବାସିନ୍ଦା। ସେମାନେ ଚିଭ୍ରଞ୍ଜରେ ଏକ ବିବାହ ଉତ୍ସବରେ ଯୋଗ ଦେଇ ନିଜ ଗ୍ରାମ ଉଡାକୁଡାକୁ ଫେରୁଥିଲେ। ନାଥିଆ ନବଗାଁ ନିକଟରେ ଦୁର୍ଘଟଣା ଘଟିଥିଲା।
ଘଟଣା ବିଷୟରେ ସୂଚନା ପାଇ ପୋଲିସ ଅଧୀକ୍ଷକ ନିଖିଲ ରାଖେଚା ମଧ୍ୟ ପରିସ୍ଥିତି ମୂଲ୍ୟାଙ୍କନ କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ ୩୦ ନମ୍ବର ଜାତୀୟ ରାଜପଥରେ ଦୁଇଟି କାର ମଧ୍ୟରେ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩ ଜଣ ଆହତ ହୋଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି ଏବଂ ମୃତକଙ୍କ ପରିଚୟ ଏବଂ ଅନ୍ୟାନ୍ୟ ସୂଚନା ସଂଗ୍ରହ କରୁଛି।
ଅଧିକ ପଢ଼ନ୍ତୁ: ୭୦ ଫୁଟ ଗଭୀର ବୋରୱେଲରେ ଫସିଲା ନଷ୍ପାପ ବାଳକ