କରୋନାରେ ଆକ୍ରାନ୍ତ ହୋଇ ଆମ୍ୱୁଲାନ୍ସ ଉପରେ ଶୋଇ ମେଡିକାଲ ଗଲା ରାବଣ !
Khabar Odisha:Ravana-became-Corona-positive-admitted-in-hospital-Program-canceled-view-full-video
ନୂଆଦିଲ୍ଲୀ, ଅକ୍ଟୋବର ୨୪ (ଖବର ଓଡ଼ିଶା):

ଆମ୍ବୁଲାନ୍ସର ଛାତ ଉପରେ ଶୋଇ ରାବଣ ଯିବା ଆପଣ କେବେ ଦେଖଇଛନ୍ତି କି ? ତେବେ ଏଭଳି ଏକ ଚମତ୍କାର ଓ ମଜାଦାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ସହିତ ଲେଖାଯାଇଛି ଯେ 'ଚଳିତବର୍ଷର ରାବଣ ପୋଡି ବାତିଲ ହୋଇଗଲା, କାରଣ ' ରାବଣ 'କରୋନା ପଜିଟିଭ୍ ହୋଇଗଲା, ହସ୍ପିଟାଲରେ ଭର୍ତ୍ତି ହେଲା !

ଲୋକମାନେ ଟ୍ୱିଟର, ହ୍ୱାଟସଆପ୍ ଏବଂ ଫେସବୁକରେ ଏହି 27 ସେକେଣ୍ଡର ଭିଡିଓଟିକୁ ପ୍ରବଳ ମାତ୍ରାରେ ସେୟାର କରୁଛନ୍ତି

|

ସୋସିଆଲ ମିଡିଆରେ ଏହି ପୋଷ୍ଟ ପଢୁଥିବା ଦେଖୁଥିବା ବ୍ୟକ୍ତି ହଠାତ୍ ଚକିତ ହୋଇପଡୁଛନ୍ତି | ପ୍ରତ୍ୟେକ ବ୍ୟକ୍ତି ଜାଣିବାକୁ ଚାହାଁନ୍ତି ଯେ କରୋନା ପଜିଟିଭ୍ ହେବା ପରେ ରାବଣ ପ୍ରକୃତରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି କି ନାହିଁ ଏବଂ ଏଥର ରାବଣପୋଡି ବାତିଲ ହୋଇଛି କି ନାହିଁ | ଲୋକମାନେ ପରସ୍ପର ସହିତ ଭିଡିଓ ସେୟାର କରି ଏହାର ବାସ୍ତବତା ଜାଣିବାକୁ ଚେଷ୍ଟା କରୁଛନ୍ତି |

ଏହି ପରିପ୍ରେକ୍ଷୀରେ ଯେତେବେଳେ ଅଧିକ ଅନୁସନ୍ଧାନ କରାଯାଇଥିଲା, ସେତେବେଳେ ଜଣାପଡିଥିଲା ଯେ ଦିଲ୍ଲୀସ୍ଥିତ ଖରଖୋଦା ସ୍ଥିତ ସେଠୀ ହସ୍ପିଟାଲର ଲ୍ୟାବ ଆଟେଣ୍ଡାଣ୍ଟ ଧର୍ମଭୀର ପୁରା ଘଟଣା ସମ୍ପର୍କରେ ସତ୍ୟକୁ ଲୋକଙ୍କ ସମ୍ମୁଖରେ ରଖିଥିଲେ। ସେ ସୂଚନା ଦେଇଛନ୍ତି ଯେ ସେଠୀ ହସ୍ପିଟାଲ ପକ୍ଷରୁ ପ୍ରତିବର୍ଷ ବିଜୟାଦଶମୀ ଦିନ ରାବଣ ପୋଡି ପର୍ବ ପାଳନ କରାଯାଏ।

ଗତ ବର୍ଷ ମଧ୍ୟ ବିଜୟ ଦଶମିରେ ରାବଣ ପୋଡି ପାଇଁ ପ୍ରସ୍ତୁତି ଚାଲିଥିଲା । ରାବଣର ପ୍ରତିମୂର୍ତ୍ତୀଟି ବାହାଦୂରଗଡରେ ନିର୍ମିତ ହୋଇସାରିଥିଲା, କିନ୍ତୁ ରାବଣର ପ୍ରତିମୂର୍ତ୍ତୀଟିକୁ ଆଣିବା ପାଇଁ କୌଣସି ଗାଡି ମିଳିନଥିଲା । ତା ପରଦି ବିଜୟା ଦଶମୀ ଥିବାରୁ ଯେମିତି ବି ହେଲେ ରାବଣକୁ ଆଣିବାରେ ଥିଲା ଫଳରେ ସେ ବାଧ୍ୟ ହୋଇ ରାବଣକୁ ଆମ୍ୱୁଲାନ୍ସ ଉପରେ ଶୋଇଦେଇ ବିଳମ୍ୱିତ ରାତିରେ ମେଡିକାଲ ଅଭିମୁଖେ ବାହାରିଥିଲେ । ହେଲେ ବାଟରେ କୌଣସି ଏକ କାର ଚାଳକ ଏହା ଦେଖି ଭିଡିଓ ବନାଇ ଦେଇଥିଲା ଓ ପରେ ଏହାକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେଇଥିଲେ । ଗତବର୍ଷ ଏହି ଭିଡିଓଟି ଏତେ ମାତ୍ରାରେ ଭାଇରାଲ ହୋଇନଥିଲା ହେଲେ ଚଳିତ ବର୍ଷ କରୋନା କାରଣରୁ ରାବଣ ପୋଡି ଉତ୍ସବ ବନ୍ଦ ହୋଇଯାଇଥିବାରୁ ଲୋକମାନେ ଏହି ଭିଡିଓଟିକୁ ଚଳିତବର୍ଷର ଭିଡିଓ ଭାବି ସାମାଜିକ ଗଣମାଧ୍ୟମରେ ପ୍ରବଳ ମାତ୍ରାରେ ଶେୟାର କରିଛନ୍ତି । ଏବଂ ଆଲୋଚନା କରିଛନ୍ତି ଯେ ରାବଣକୁ କରୋନା ହୋଇଯାଇଥିବାରୁ ଚଳିତବର୍ଷ ରାବଣ ପୋଡି ଉତ୍ସବ ଆୟୋଜିତ ହୋଇପାରିବ ନାହିଁ ।

  • Tags:

Subscribe

National International State Sports Entertainment