ଭୁବନେଶ୍ୱର, ଜୁଲାଇ ୪( ଖବର ଓଡ଼ିଶା):
ତିନି ଠାକୁର ନୀଳ କନ୍ଦର କୁ ଆଜି ନୀଳାଦ୍ରି ବିଜେ କରିଛନ୍ତି। ୯ଦିନ ଜନ୍ମବେଦୀରେ ଲୀଳା ଖେଳ ସାରି ବାହୁଡ଼ିବା ପରେ ସିଂହଦ୍ୱାରରେ ଅଧରପଣା ନୀତି ସରିଛି । ତେବେ ଆଜି ମହାଲକ୍ଷ୍ମୀ ଙ୍କୁ ରସଗୋଲା ଦେଇ ମାନ ଭଞ୍ଜନ କରିଛନ୍ତି ମହାପ୍ରଭୁ । ଏହାପରେ ରୀତି ନୀତିରେ ରତ୍ନବେଦୀକୁ ଫେରିଛନ୍ତି ଶ୍ରୀଜୀଉ ।
କାହାଳୀ, ଘଣ୍ଟଘଣ୍ଟାର ପ୍ରକମ୍ପିତ ରେ ଗୋଟି ପହଣ୍ଡିରେ ଝୁଲି ଝୁଲି ମହାବାହୁ ନୀଳକନ୍ଦରକୁ ବିଜେ କରିଛନ୍ତି। ଏଥି ସହିଚ ଚଳିତ ବର୍ଷର ରଥଯାତ୍ରାର ପରିସମାପ୍ତି ଘଟିଛି। ତିନି ଠାକୁର ରତ୍ନ ସିଂହାସନ ବିରାଜମାନ କରିବା ପରେ କାଲିଠାରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସାଧାରଣ ଦୈନନ୍ଦିନ ନୀତି ଅନୁଷ୍ଠିତ ହେବ। ସେହିପରି କାଲିଠୁ ଶ୍ରୀମନ୍ଦିରରେ ନୀଳାଚଳ ଅବଢ଼ା ମିଳିବ।