ରାସ୍ତା ନିର୍ମାଣ ପାଇଁ ହୋଇଥିବା ଗାତରେ ଜମିଥିଲା ବର୍ଷା ପାଣି: ପାଣିରେ ବୁଡି ୨ ନାବାଳକ ମୃତ ,୨ଗୁରୁତର କୋରାପୁଟ, ଜୁନ ୨୩(ଖବର ଓଡିଶା): Share story: ପାଣିରେ ବୁଡି ୨ ନାବାଳକ ମୃତ ଓ ୨ ଗୁରୁତର ହୋଇଛନ୍ତି । କୋରାପୁଟ ଦଶମନ୍ତପୁର ବ୍ଲକ ମାଝିଗୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତେବେ ରାସ୍ତା ନିର୍ମାଣ ପାଇଁ ଖୋଳାଯାଇଥିବା ଗାତରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଗାତରେ ବର୍ଷା ଯୋଗୁଁ ପାଣି ଭର୍ତ୍ତି ହୋଇଯାଇଥିଲା । ତେବେ ଖେଳିବା ବେଳେ ଅସାବଧାନତା ଯୋଗୁଁ ନାବାଳକ ଗାତରେ ପଡିଯାଇଥିଲେ । ଫଳରେ ସେଠାରେ ଖେଳୁଥିବା ୪ ଜଣ ଗାତରେ ପଡିଯାଇଥିଲେ । ହେଲେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆବସ୍ଥାରେ ଡାକ୍ତରାଖାନରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣାସ୍ଥଳରେ କୋରାପୁଟ ଏସଡିପିଓ ଓ ପୋଲିସ ପହଞ୍ଚିଥିଲେ । ଖବର ଓଡ଼ିଶା, Reporter, 23/06/2022