ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବା ନେଇ ମେଡିକାଲ ପକ୍ଷରୁ ସୂଚନା
Khabar Odisha:Pranab-Mukherjee-on-Vetinator-after-brain-surgery-infected-with-Kovid-19-Medical-Bulletin
ନୂଆଦିଲ୍ଲୀ, ଅଗଷ୍ଟ ୧୧ (ଖବର ଓଡ଼ିଶା):

କୋଭିଡ -19 ସଂକ୍ରମିତ ହେବା ପରେ ସେନା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ଥିବା ନେଇ ଜଣାପଡିଛି । ମସ୍ତିଷ୍କ ଅସ୍ତ୍ରୋପଚାର କରାଯିବା ପରେ ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିବା ଜଣାପଡିଛି । ମଙ୍ଗଳବାର ପ୍ରକାଶିତ ମେଡିକାଲ ବୁଲେଟିନରେ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେନାର ଆରଆର ହସ୍ପିଟାଲ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଗୁରୁତର ଅବସ୍ଥାରେ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମସ୍ତିଷ୍କରେ ଏକ ଶିରାରେ ରକ୍ତ ଜମାଟ ବାନ୍ଧି ହୋଇଯାଇଥିଲା ପରେ ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ପରେ ତାଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି।

ସୂଚନାଯୋଗ୍ୟ ଯେ ଗତକାଲି ନିଜେ ପ୍ରଣବ ମୁଖାର୍ଜୀ କୋଭିଡ -19 ସଂକ୍ରମିତ ହେବା ବିଷୟରେ ସୂଚନା ଦେଇଥିଲେ । ଏହା ପରେ ସମଗ୍ର ଦେଶବାସୀ ଓ ଅନେକ ରାଜନେତା ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ।

  • Tags:

Subscribe

National International State Sports Entertainment