ଜେଏସ୍‌ଡବ୍ଲୁ ପ୍ରକଳ୍ପକୁ ନେଇ ଢିଙ୍କିଆରେ ଗ୍ରାମବାସି ପୋଲିସ ମୁହାଁମୁହିଁ, ଗୋଡେଇ ପିଟିଲା ପୋଲିସ
Khabar Odisha:Police-reportedly-resort-to-lathicharge-to-disperse-protestors-opposing-proposed-project-of-JSW
ପାରାଦୀପ, ଜାନୁଆରୀ ୧୪(ଖବର ଓଡ଼ିଶା):

ଜେଏସ୍‌ଡବ୍ଲୁର ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ କରୁଥିବା ଗ୍ରାମବାସିଙ୍କ ଉପରେ ଲାଠି ଚାର୍ଜ କରିଛି ପୋଲିସ । ଏଥିରେ ମହିଳାଙ୍କ ସମେତ ଅନେକ ଗ୍ରାମବାସୀ ଆହାତ ହୋଇଛନ୍ତି । ଢିଙ୍କିଆରେ ପାନ ବରଜକୁ ଯିବା ସମୟରେ ଗ୍ରାମବାସୀ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ, ପ୍ରଶାସନ ଜେଏସ୍‌ଡବ୍ଲୁର ପ୍ରକଳ୍ପ ପାଇଁ ଉଚ୍ଛେଦ କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଗୋଟିଏ ପଟେ ଗ୍ରାମବାସି ଏବଂ ଅନ୍ୟ ପଟେ ଶହଶହ ପୋଲସି ଥିବା ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ ମହିଳା ମାନେ ଉଲଗ୍ନ ହୋଇ ପ୍ରତିବାଦ କରିଥିଲେ । ମୁତୟନ ହୋଇଥିବା ପୋଲସଙ୍କ ନିକଟକୁ ଲୋକେ ମାଡି ଆସିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରଶାସନ ଜେଏସ୍‌ଡବ୍ଲୁର ପ୍ରକଳ୍ପ ପାଇଁ ପାନ ବରଜ ଉଚ୍ଛେଦ କରୁଥିବା ଅଭିଯୋଗ କରିଛନ୍ତି ଚାଷୀ । ଏହି ସମୟରେ ପାନ ବରଜ ଆଡକୁ ଗ୍ରାମବାସି ଛୋଟରୁ ବଡ ସମସ୍ତେ ମିଶି ପ୍ରକଳ୍ପ ଆଡକୁ ଯାଉଥିଲେ । ପୋଲିସ ଅଟକାଇବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । 

ପ୍ରକଳ୍ପ ପାଇଁ ମାପ ଚୁପ ଆରମ୍ଭ ହୋଇଥିବା ବେଳେ କିଛି ଗ୍ରାମ ବାସି ଏଥିରେ ସାମିଲ ଅଛନ୍ତି । ସେମାନେ ନିଜ ପାନ ବରଜ ଉଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି । ତେବେ ଉଚ୍ଛେଦ ସମୟରେ ପୋଲିସ ଏବଂ ଗ୍ରାମବାସିଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ପୋଲିସକୁ ଗାଁ ଭିତରେ ପୁରାଇ ନଦେବାକୁ ଉଦ୍ୟ କରିବା ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲ ।

  • Tags:

Subscribe

National International State Sports Entertainment