ପୃଥିବୀରେ ଏମିତି ଏକ ରହସ୍ୟମୟ ଶୂନଶାନ ସ୍ଥାନ ; ଯେଉଁଠିକୁ ଯିବାକୁ ବୈଜ୍ଞାନିକମାନେ ମଧ୍ୟ ଡରନ୍ତି
Khabar Odisha:Point-Nemo-the-loneliest-place-on-Earth
ଖବର ଓଡିଶା : 02/05/2023

ଦୁନିଆରେ ବହୁତ ରହସ୍ୟମୟ ସ୍ଥାନ ଅଛି । ଏହି ସ୍ଥାନଗୁଡିକ ବିଷୟରେ ଜାଣିବା ପରେ ଲୋକମାନେ ବିଶ୍ୱାସ କରନ୍ତି ନାହିଁ । ଏହିପରି ଗୋଟିଏ ସ୍ଥାନ ପୃଥିବୀରେ ଅବସ୍ଥିତ, ଯାହା ପ୍ରଶାନ୍ତ ମହାସାଗର ଦ୍ୱାରା ଚତୁର୍ଦ୍ଦିଗରେ ଘେରି ରହିଛି । ଏହି ସ୍ଥାନକୁ ପଏଣ୍ଟ ନିମୋ କୁହାଯାଏ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏହାକୁ ଆବିଷ୍କାର କରିଥିବା ବୈଜ୍ଞାନିକମାନେ ମଧ୍ୟ ଏପର୍ଯ୍ୟନ୍ତ ଏଠାରେ ପହଞ୍ଚି ପାରି ନାହାଁନ୍ତି। ମାନବ ଜନସଂଖ୍ୟା ଠାରୁ ହଜାରେ କିଲୋମିଟର ଦୂରରେ ଅବସ୍ଥିତ ଏହି ସ୍ଥାନରେ ପହଞ୍ଚିବା ସହଜ ନୁହେଁ।

ପୃଥିବୀର ଏହି ରହସ୍ୟମୟ ସ୍ଥାନ ଚାରିପାଖରେ ରହିଛି କେବଳ ଶୂନଶାନ ସ୍ଥିତି । 1992 ରେ "ପଏଣ୍ଟ ନିମୋ" ହର୍ଭୋଜ ଲୁକାଟେଲା ନାମକ ଏକ ସର୍ଭେ ଇଞ୍ଜିନିୟରଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା। ଏହି ସ୍ଥାନରେ ନା ଅଛି ମଣିଷ ଆଉ ନା ଅଛି କୌଣସି ଉଦ୍ଭିଦ । ଏଠାରେ ସ୍ପେସ୍ ର ଖରାପ ଉପଗ୍ରହକୁ ଛାଡି ଦିଆଯାଇଛି । ସାଟେଲାଇଟ୍‌ର ଇନ୍ଧନ ପକାଇବା ପାଇଁ ଏବଂ ସାଟେଲାଇଟ୍‌ର ଜଙ୍କ ସଂଗ୍ରହ ପାଇଁ ଏହି ସ୍ଥାନ ବ୍ୟବହୃତ ହୁଏ । ସାଟେଲାଇଟ୍‌ ଗୁଡିକର ଆବର୍ଜନା ଏହି ସ୍ଥାନରେ ହଜାର ହଜାର କିଲୋମିଟର ପର୍ଯ୍ୟନ୍ତ  ପଡ଼ିରହିଛି ।

ପଏଣ୍ଟ ନିମୋ, ସମୁଦ୍ର ମଧ୍ୟ ଭାଗରେ ଅବସ୍ଥିତ, ଏହାକୁ ମଧ୍ୟ ସମୁଦ୍ରର କେନ୍ଦ୍ର ଭାବରେ ମଧ୍ୟ ବିବେଚନା କରାଯାଏ । ଏହି ସ୍ଥାନ ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅବସ୍ଥିତ | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସ୍ଥାନ ଉପରେ କୌଣସି ଦେଶର ଅଧିକାର ନାହିଁ। ଏହି ଦ୍ୱୀପଠାରୁ 2700 କିଲୋମିଟର ଦୂରରେ କିଛି ଶୁଖିଲା ଜମି ରହିଛି । ବିଶ୍ୱାସ କରାଯାଏ ଯେ ଏହା ହେଉଛି ଦୁନିଆର ଶୂନଶାନ  ସ୍ଥାନ, କାରଣ ଏଠାରେ କୌଣସି ପ୍ରାଣୀ କିମ୍ବା ଉଦ୍ଭିଦ ନାହାଁନ୍ତି । 1997 ରେ, ବୈଜ୍ଞାନିକମାନେ ପଏଣ୍ଟ ନିମୋର ପୂର୍ବପଟରୁ ଏକ ରହସ୍ୟମୟ ଶବ୍ଦ ଶୁଣିଥିଲେ ।ପ୍ରାୟ ଦୁଇ ହଜାର କିଲୋମିଟର ଦୂରରୁ ଏହା ଶୁଣାଯାଇଥିଲା ଯାହା ବୈଜ୍ଞାନିକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଦେଇଥିଲା । ବୈଜ୍ଞାନିକଙ୍କ କହିବା ଅନୁସାରେ ପଏଣ୍ଟ ନିମୋରେ ଥିବା କିଛି ପଥର ବୋଧହୁଏ ଖସିବା ସହ ଭାଙ୍ଗିଯାଇଥିଲା । ଫଳରେ ସହି ଶବ୍ଦ ଖୁବ୍‌ ଜୋରରେ ହେବା ସହିତ ଅନେକ ଦୂର ଯାଏ ଶୁଣାଯାଇଥିଲା ।

Subscribe

National International State Sports Entertainment