ଗାଁକୁ ଆସପାରିଲନି ଆମ୍ବୁଲାନ୍ସ , ଭାରରେ ବୁହାହେଲେ ରୋଗି ।
Khabar Odisha:Patient-carried-on-cot
ଭଦ୍ରକ, ଅଗଷ୍ଟ ୦୭ (ଖବର ଓଡ଼ିଶା):

ଗାଁକୁ ଆମ୍ବୁଲାନ୍ସ ଆସିପାରିଲାନି , ଖଟିଆରେ ବୁହାହେଲେ ରୋଗି ।  ରାସ୍ତାର ଅବସ୍ଥା ଏମିତି ବିଗିଡ଼ି ଯାଇଛି ଯେ ରୋଗିମାନଙ୍କ ପାଇଁ ଏକ ମାତ୍ର ବିକଳ୍ପ ଖଟିଆ କିମ୍ଭା ଭାରବୁହା । ଏମିତି ଏକ ଅପହଁଚ ଗାଁ ରହିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଚଡ଼ଦିଆ ପଂଚାୟତର ହରେକୃର୍ଷ୍ଣପୁର ରାସ୍ତା । ଗାଁ ମଧ୍ୟକୁ ନିତିଦିନିଆ ରାସ୍ତାଟି ଏବେ ବର୍ଷା ହେବା ପରେ କାଦୁଅ ରାସ୍ତାରେ ପରିଣତ ହୋଇଛି । ପ୍ରତିଦିନ ଗ୍ରାମବାସୀ ଏହି କାଦୁଅ ପୁର୍ଣ୍ଣ ରାସ୍ତାରେ ଯାତୟତ କରୁଛନ୍ତି ,ଯେତେବେଳ ରୋଗିଙ୍କ କଥା ନଜରକୁ ଆସେ ତେବେ ଖଟିଆ ଏକମାତ୍ର ବିକଳ୍ପ ଭାବେ ଧରାଯାଏ । ଆଜି ସଖାଳ ସମୟରେ ବାବୁ ପରିଡ଼ାଙ୍କ ସ୍ତ୍ରୀ ରାନି ପରିଡ଼ାଙ୍କୁ ୨ ଦିନ ହେବ ଝାଡ଼ା ବାନ୍ତି ହେବାରୁ ତାଙ୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା । ପରିବାର ଲୋକେ ୨ କିମି କାଦୁଅ ରାସ୍ତା ଦେଇ ଗାଁ ମଧ୍ୟରେ ମୁଖ୍ୟ ରାସ୍ତାକୁ ଆସି ପ୍ରଥମେ ଚଡ଼ଦିଆ ପରେ ମତୋ ଚିକତ୍ସାଳରେ ଭର୍ତି ହୋଇଥିଲେ । ଦୀର୍ଘଦିନ ହେବ ଗାଁକୁ ରାସ୍ତା ହେଉନଥିବାରୁ ଲୋକେ ମାନେ ମୈଳିକ ସମସ୍ୟାରୁ ବଚିଂତ ହେଉଥିବାରୁ ଏଥିନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

  • Tags:

Subscribe

National International State Sports Entertainment