ଜମ୍ମୁ: ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା କୂଟନୈତିକ ପଦକ୍ଷେପରେ ପାକିସ୍ତାନ ନିରାଶ ହୋଇଛି। ଜମ୍ମୁ କଶ୍ମୀରର ନିୟନ୍ତ୍ରଣ ରେଖାରେ ଗୁଳିଚାଳନା କରି ପାକିସ୍ତାନ ନିଜର କ୍ରୋଧ ଶୁଝାଉଛି। ସମାନ କ୍ରମରେ, ପାକିସ୍ତାନ ୧୨ତମ ଦିନ ପାଇଁ ସୀମାରେ ଗୁଳି ଚଳାଇଛି, ଯାହାର ଜବାବ ଦେଇଛି ଭାରତୀୟ ସେନା।
ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଭାରତୀୟ ସେନା କହିଛି ଯେ ସୋମବାର-ମଙ୍ଗଳବାର ରାତିରେ ପାକିସ୍ତାନ ସେନା ଜମ୍ମୁ କଶ୍ମୀର କୁପୱାଡା ଉପରେ ଆକ୍ରମଣ କରିଛି। ବାରାମୁଲ୍ଲା, ପୁଞ୍ଚ, ରାଜୌରୀ, ମେନ୍ଧାର, ନୌଶେରା, ସୁନ୍ଦରବନୀ ଏବଂ ଅଖନୁ ସଂଲଗ୍ନ ଅଞ୍ଚଳଗୁଡ଼ିକରେ ରେଖା ଆରପାରିରେ ଥିବା ପୋଷ୍ଟଗୁଡ଼ିକରୁ ଛୋଟ ଅସ୍ତ୍ର ଗୁଳି ମାଡ଼ ହେବାରୁ ସେମାନେ ଗୁଳି ଚଳାଇବା ଆରମ୍ଭ କରିଛନ୍ତି। ଭାରତୀୟ ସେନା ମଧ୍ୟ ଉପଯୁକ୍ତ ଜବାବ ଦେଇଥିଲା।
ଉଲ୍ଲେଖନୀୟ ଯେ ପହଲଗାମ ଆକ୍ରମଣ ଏପ୍ରିଲ ୨୨ ତାରିଖରେ ହୋଇଥିଲା ଏବଂ ୨୪ ତାରିଖଠାରୁ ପାକିସ୍ତାନୀ ସେନା ରାତିର ଅନ୍ଧାରରେ ମଝିରେ ମଝିରେ ଗୁଳିଚାଳନା କରିଆସୁଛି। ସୋମବାର ରାତିରେ ମଧ୍ୟ ଗୁଳିବର୍ଷା ଜାରି ରଖି ଥିଲଶ। ପାକିସ୍ତାନୀ ସୈନିକମାନେ କୁପୱାଡା, ବାରମୁଲ୍ଲା, ପୁଞ୍ଚର ଜାଗୱାର ସେକ୍ଟର, ମେନ୍ଧାର, ରାଜୌରୀ, ନୌଶେରା, ସୁନ୍ଦରବଣୀ ଏବଂ ଅଖନୁର ସେକ୍ଟରରେ ଭାରତୀୟ ପୋଷ୍ଟଗୁଡ଼ିକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ।
ଅଧିକ ପଢ଼ନ୍ତୁ: ୟୁଏନ୍ଏସ୍ସିରେ କାମ କଲାନି ପାକିସ୍ତାନର ନାଟକ