ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଭିତରେରେ ଏକ ମିଛ ଖବର ପ୍ରସାରିତ ହେଉଛି। ପାକିସ୍ତାନ ଏବଂ ଚୀନ୍ ଦ୍ୱାରା ସୃଷ୍ଟି କରାଯାଇଥିବା ଏହି ମିଥ୍ୟା ଖବରରେ କୁହାଯାଇଛି ଯେ, ଭାରତର ବାୟୁ ପ୍ରତିରକ୍ଷା ପ୍ରାଣାଳୀ ‘ଏସ୍-୪୦୦’ କ୍ଷତିଗ୍ରସ୍ତ ହୋଇଛି। ଚୀନ ଓ ପାକିସ୍ତାନର ଯୁକ୍ତିକୁ ଭାରତୀୟ ପ୍ରତିରକ୍ଷା ଅଧିକାରୀମାନେ ଖଣ୍ଡନ କରିଛନ୍ତି।
ପାକିସ୍ତାନ-ଚୀନ୍ ପୁଣି ମିଛ କହିଲେ
ପ୍ରତିରକ୍ଷା ଅଧିକାରୀମାନେ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଏସ୍-୪୦୦ ସିଷ୍ଟମ ନଷ୍ଟ କିମ୍ବା କ୍ଷତିର ରିପୋର୍ଟ ଭିତ୍ତିହୀନ ଏବଂ ମିଥ୍ୟା। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାର ବାତାବରଣରେ ଏପରି ଗୁଜବ ପ୍ରସାରିତ ହେଉଛି। ପ୍ରତିରକ୍ଷା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଏସ୍-୪୦୦ ସିଷ୍ଟମ ସମ୍ପୂର୍ଣ୍ଣ ସୁରକ୍ଷିତ।
ଚୀନର ମୁଖପତ୍ର ଗ୍ଲୋବାଲ ଟାଇମ୍ସ ସମେତ କିଛି ଖବର ରିପୋର୍ଟରେ ଦାବି କରାଯାଇଥିଲା ଯେ ଏସ୍-୪୦୦ ସିଷ୍ଟମ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ପ୍ରତିରକ୍ଷା ଅଧିକାରୀମାନେ ଏହି ରିପୋର୍ଟଗୁଡ଼ିକୁ ମିଥ୍ୟା ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ରିପୋର୍ଟଗୁଡ଼ିକ ଭିତ୍ତିହୀନ ଏବଂ ମିଥ୍ୟା।
ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଆମର ପଶ୍ଚିମ ସୀମାରେ ପାକିସ୍ତାନ ପକ୍ଷରୁ ଡ୍ରୋନ୍ ଆକ୍ରମଣ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହିତ ନିରନ୍ତର ଆକ୍ରମଣ ଚାଲିଛି। ଏପରି ଏକ ଘଟଣାରେ, ଆଜି ସକାଳ ପ୍ରାୟ ୫ଟାରେ, ଅମୃତସରର ଖାସା କ୍ୟାଣ୍ଟ ଉପରେ ଅନେକ ସଶସ୍ତ୍ର ଶତ୍ରୁ ଡ୍ରୋନ ଉଡ଼ୁଥିବାର ଦେଖାଯାଇଥିଲା। ଆମର ବାୟୁ ପ୍ରତିରକ୍ଷା ୟୁନିଟ୍ ତୁରନ୍ତ ଶତ୍ରୁ ଡ୍ରୋନଗୁଡ଼ିକୁ ଆକ୍ରମଣ କରି ଧ୍ୱଂସ କରିଦେଲେ।
ଅଧିକ ପଢ଼ନ୍ତୁ: ଯଦି ଉତ୍ତେଜନା ବୃଦ୍ଧି କରିବାକୁ ଚାହୁଁଛି ପାକିସ୍ତାନ