ନୂଆଦିଲ୍ଲୀ: ନେପାଳର କେନ୍ଦ୍ରୀୟ ବ୍ୟାଙ୍କ ନେପାଳ ରାଷ୍ଟ୍ର ବ୍ୟାଙ୍କ ଦେଶର ସଂଶୋଧିତ ରାଜନୈତିକ ମାନଚିତ୍ର ସହିତ ନୂଆ ୧୦୦ ଟଙ୍କିଆ ନୋଟ୍ ଛାପିବା ପାଇଁ ଚୀନର ଏକ କମ୍ପାନୀକୁ ଚୁକ୍ତି ଦେଇଛି। ନେପାଳ କ୍ୟାବିନେଟ ୧୦୦ ଟଙ୍କିଆ ନୋଟର ଡିଜାଇନରେ ପରିବର୍ତ୍ତନକୁ ଅନୁମୋଦନ କରିଛି। ଏଥିରେ ଲିମ୍ପିଆଧୁରା, ଲିପୁଲେଖ ଓ କାଲାପାଣି ଭଳି ତିନୋଟି ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ନେପାଳର ଅଂଶ ବୋଲି ବର୍ଣ୍ଣନା କରାଯାଇଛି।
ନେପାଳ ସମ୍ବିଧାନ ସଂଶୋଧନ କରି ଜୁନ୍ ୧୮, ୨୦୨୦ରେ ଅନୁମୋଦନ କରାଯାଇଥିବା ନୂତନ ରାଜନୈତିକ ମାନଚିତ୍ରରେ ଲିପୁଲେଖ, କଳାପାଣି ଏବଂ ଲିମ୍ପିଆଧୁରାଦେଶର ଅଂଶ ବୋଲି ଦର୍ଶାଯାଇଛି। ନେପାଳର ଏହି ଆଞ୍ଚଳିକ ଦାବିକୁ ଭାରତ କୃତ୍ରିମ ସମ୍ପ୍ରସାରଣ ବୋଲି କହିବା ସହ ଏହାକୁ ଅସ୍ଥିରବୋଲି କହିଛି।
ପଶ୍ଚିମ ନେପାଳ ସୀମାରେ ଅବସ୍ଥିତ ଲିପୁଲେଖ, କାଲାପାଣି ଓ ଲିମ୍ପିଆଧୁରା ଏହାର ଅଂଶ ବିଶେଷ ବୋଲି ଭାରତ ସ୍ପଷ୍ଟ କରିଛି। ଇଂରାଜୀ ଖବରକାଗଜ 'ରିପବ୍ଲିକା' ଅନୁଯାୟୀ, ପ୍ରତିଯୋଗିତାମୂଳକ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ପରେ 'ଚାଇନା ବ୍ୟାଙ୍କନୋଟ୍ ପ୍ରିଣ୍ଟିଂ ଆଣ୍ଡ ମିଣ୍ଟିଂ କର୍ପୋରେସନ୍'କୁ ଏହି ଚୁକ୍ତି ପ୍ରଦାନ କରାଯାଇଛି।
୧୦୦ ଟଙ୍କିଆ ୩୦୦ ନିୟୁତ ନୋଟ୍ର ଡିଜାଇନ୍, ପ୍ରିଣ୍ଟ, ଯୋଗାଣ ଏବଂ ବିତରଣ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ କମ୍ପାନୀକୁ ଅନୁରୋଧ କରିଛି, ଯାହାର ମୂଲ୍ୟ ପ୍ରାୟ ୮.୯୯ ନିୟୁତ ଆମେରିକୀୟ ଡଲାର ହେବ ବୋଲି ଆକଳନ କରାଯାଇଛି। ନେପାଳ ରାଷ୍ଟ୍ର ବ୍ୟାଙ୍କ ମୁଖପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଖାଲି ସେତିକି ନୁହେଁ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ବିନା ନିମନ୍ତ୍ରଣରେ ଚୀନ୍ ଯିବାକୁ ଯାଉଛନ୍ତି। ନେପାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ଉଚ୍ଚସ୍ତରୀୟ ସୂତ୍ରରୁ ମିଳିଥିବା ସୂଚନା ଦେଇ 'ମୋ ରିପବ୍ଲିକା' ଖବରକାଗଜ ଏହି ସୂଚନା ଦେଇଛି। ନୂଆ ସରକାରଙ୍କ କାର୍ଯ୍ୟକାଳର ୧୦୦ ଦିନ ପୂରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଓଲିଙ୍କ ଚୀନ ଗସ୍ତ ପାଇଁ ପ୍ରସ୍ତୁତି ପାଇଁ ନେପାଳ ବୈଦେଶିକ ମନ୍ତ୍ରଣାଳୟ ପ୍ରସ୍ତାବ ଦେଉଥିବା ସୂଚନା ମିଳିଛି।
ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି ବିନା ନିମନ୍ତ୍ରଣରେ ଚୀନ୍ ଗସ୍ତରେ ଯାଉଛନ୍ତି। ଖବରକାଗଜ ଟିପ୍ପଣୀ ପାଇଁ ନେପାଳ ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲା, କିନ୍ତୁ କୌଣସି ପ୍ରତିକ୍ରିୟା ମିଳିନଥିଲା।