ସରକାରୀ ଘର ଖାଲି କରୁ ନଥିବା ପୂର୍ବତନ ସାଂସଦଙ୍କୁ ଚେତାବନୀ, ତାଲା ଭାଙ୍ଗି ଘର ଖାଲି କରାଯିବ
Khabar Odisha:National-news-ex-mp-government-accommodation-will-be-broken-and-the-house-will-be-evacuated-parliament
ନୂଆଦିଲ୍ଲୀ, ଡିସେମ୍ଵର ୦୨ (ଖବର ଓଡିଶା) :

ପୂର୍ବତନ ସାଂସଦଙ୍କୁ ଆବଣ୍ଟିତ ଘର ଖାଲି ନହେବା ପରେ ଏବେ ସରକାର ସେଗୁଡିକୁ ଖାଲି କରିବା ଉପରେ ବିଚାର କରୁଛନ୍ତି  । ସୂତ୍ର ଅନୁସାରେ ଯେଉଁ ପୂର୍ବତନ ସାଂସଦମାନେ ନିଜର ସରକାରୀ ଆବାସ ଖାଲି କରି ନାହାନ୍ତି, ସେମାନଙ୍କ ସରକାରୀ ବାସଭବନର ତାଲା ଭଙ୍ଗାଯିବ ଏବଂ ଘର ଖାଲି କରାଯିବ । 

କୁହାଯାଉଛି ଯେ ବର୍ତ୍ତମାନ ସୁଦ୍ଧା ପାଞ୍ଚ-ଛଅ ଜଣ ପୂର୍ବ ସାଂସଦ ନିଜର ସରକାରୀ ବାସଭବନ ଖାଲି କରି ନାହାନ୍ତି ଏବଂ ତାଲା ମାରି ଚାଲି ଯାଇଛନ୍ତି । ସରକାର ନିଷ୍ପତ୍ତି ନେଇଛନ୍ତି ଯେ ପଞ୍ଚନାମା ପ୍ରସ୍ତୁତ କରି ତାଲା ଭଙ୍ଗାଯିବ ଏବଂ ଜିନିଷ ବାହାରକୁ କଡାଯିବ । ପୂର୍ବତନ ସାଂସଦମାନଙ୍କୁ ଅନେକ ଥର ଘର ଖାଲି କରିବାକୁ ଚେତାବନୀ ଦିଆ ଯାଇଛି । ଏହାସହ ବିଜୁଳି ଏବଂ ପାଣି କନେକ୍ସନ କାଟିବାର ଚେତାବନୀ ମଧ୍ୟ ଦିଆ ସରିଛି । 

ସୂତ୍ର ଅନୁସାରେ ବର୍ତ୍ତମାନ ସୁଦ୍ଧା 17ତମ ଲୋକସଭାର 76 ଜଣ ନୂଆ ସାଂସଦଙ୍କୁ ସରକାରୀ ଆବାସ ମିଳିନାହିଁ । ସାଂସଦମାନେ ୱେଷ୍ଟର୍ନ କୋର୍ଟ ଏବଂ ପ୍ରଦେଶ ଭବନ ଗୁଡିକରେ ରହୁଛନ୍ତି ।  

Subscribe

National International State Sports Entertainment