ଡମ୍ପିୟାର୍ଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, 3 ଗିରଫ
Khabar Odisha:National-news-deadbody-rescue-from-dumping-yard-in-bijepur
ବରଗଡ଼, ଅକ୍ଟୋବର ୧୫(ଖବର ଓଡ଼ିଶା):

ଗୋଟିଏ ପଟେ ରାଜନୀତି ଏବଂ ଉପ ନିର୍ବାଚନକୁ ନେଇ ବିଜେପୁର ଉଠୁଥିବା ପଡୁଥିବା ବେଳେ ବିଜେପୁର ଏନଏସି ଅଧିନରେ ଥିବା ଏକ ଡମ୍ପିୟାର୍ଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବାଉଁଶପୋଲ ନିକଟସ୍ଥ ଡମ୍ପିୟାର୍ଡରୁ ଯୁବକଙ୍କ ମୃତ ଦେହ ସହ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଏବଂ ବାଇକ ମଧ୍ୟ ଜବତ ହୋଇଛି । ମାମଲାରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ମୃତ ଯୁବକଙ୍କ ପରିଚୟ ଗାଇସିଲେଟ ଥାନା ଅନ୍ତର୍ଗତ ନୂଆଁପାଲି ଗ୍ରାମର ତରଣୀସେନ ମହଲା ରୁପେ ହୋଇଛି  ।

ଆଜି ସକାଳୁ ଏନଏସି ସଫେଇ କର୍ମଚାରୀ ଉକ୍ତ ଡମ୍ଫିୟାର୍ଡକୁ ଆବର୍ଜନା ନିଷ୍କାସନ ପାଇଁ ଯାଇଥିବାବେଳେ ଏକ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ବରଗଡ଼ ପଠାଇଥିଲା । ଉକ୍ତ ମାମଲାରେ ବିଜେପୁର ପୋଲିସ ଫୋନ୍‌ ଟ୍ରାକ୍‌ କରି ରିଜୁ, ରାମ ଏବଂ ଫକୀରଙ୍କୁ ଗିରଫ କରିଥିବା ଜଣାପଡିଛି ।

Subscribe

National International State Sports Entertainment