ଗୋ-ସେବା କରୁଥିବା କଏଦୀଙ୍କ ଅପରାଧିକ ପ୍ରବୃତ୍ତିରେ ହ୍ରାସ ହେଉଛି-ମୋହନ ଭାଗବତ
Khabar Odisha:National-news-RSS-Chief-Mohan-Bhagwat-Says-Reduction-Seen-In-Criminal-Tendency-Of-Prisoners-Serving-Cows
ମୁମ୍ୱାଇ, ଡିସେମ୍ବର ୦୮ (ଖବର ଓଡ଼ିଶା):

ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ମୁଖ୍ୟ ମୋହନ ଭାଗବତ ମହାରାଷ୍ଟ୍ରର ପୁନେରେ ଏକ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରିଛନ୍ତି । ଭାଗବତ କହିଛନ୍ତି ଜେଲରେ ଗାଈଙ୍କ ପାଇଁ ଆଶ୍ରୟ ଗୃହ ଖୋଲି କଏଦୀଙ୍କ ଦ୍ୱାରା ସେମାନଙ୍କ ସେବା କରିବା ଫଳରେ କଏଦୀଙ୍କ ଅପରାଧୀକ ପ୍ରବୃତ୍ତିରେ ହ୍ରାସ ହେଉଛି । ସେ କହିଛନ୍ତି, "ଜେଲରେ ଗାଈଙ୍କ ପାଇଁ ଆଶ୍ରୟ ଗୃହ ଖୋଲା ଯାଇଥିଲା । ବିଭିନ୍ନ ଜେଲର ଜେଲରମାନେ ମୋତେ କହିଥିଲେ ଯେ ଦୁଇ-ତିନି ଥର ଏପରି ଦେଖିବାକୁ ମିଳିଛି ଯେ ସେହି କଏଦୀଙ୍କ ଅପରାଧିକ ପ୍ରବୃତ୍ତିରେ ହ୍ରାସ ହୋଇଛି ଯେଉଁମାନେ ଗାଈ ସେବା କରୁଥିଲେ" । 

ଗୋ-ବିଜ୍ଞାନ ସଂଶୋଧନ ସଂସ୍ଥା ଦ୍ୱାରା ଆୟୋଜିତ ଏକ ପୁରସ୍କାର କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଦୁନିଆକୁ ଗାଈଙ୍କ ଗୁଣ ଦେଖାଇବା ପାଇଁ ଏହି ପରି ପରିଣାମ ଗୁଡିକୁ ଲୋକଙ୍କ ସାମ୍ନାକୁ ଆଣିବା ଜରୁରୀ ଅଟେ । ଭାଗବତ କହିଛନ୍ତି, ଗାଈ ବ୍ରହ୍ମାଣ୍ଡର ମାଆ ଅଟେ । ସେ ମାଟି, ପଶୁ, ପକ୍ଷୀ ଏବଂ ମନୁଷ୍ୟକୁ ମଧ୍ୟ ପୋଷିତ କରିଥାଏ ଏବଂ ତାଙ୍କୁ ରୋଗରୁ ମଧ୍ୟ ରକ୍ଷା କରୁଛି ଏବଂ ମଣିଷ ହୃଦୟକୁ କୌଣସି ପୁଷ୍ପ ପରି କୋମଳ କରିଥାଏ । 

ସେ କହିଛନ୍ତି, ଯଦି ଗାଈଙ୍କ ଗୁଣକୁ ଦୁନିଆ ସାମ୍ନାକୁ ଆଣିବାର ଅଛି ତେବେ ଆମକୁ ଦସ୍ତାବିଜ ପ୍ରସ୍ତୁତ କରିବାକୁ ପଡିବ । ଆମେ କଏଦୀଙ୍କ ଉପରେ ମନୌବୈଜ୍ଞାନିକ ପ୍ରୟୋଗ କରିବାକୁ ପଡିବ ଏବଂ ତାଙ୍କ ଦ୍ୱାରା କିଛି ସମୟ ପର୍ଯ୍ୟନ୍ତ ଗୋ-ସେବା ପରେ ସେମାନଙ୍କ ମଧ୍ୟରେ ଆସିଥିବା ପରିବର୍ତ୍ତନର ସମୀକ୍ଷା କରିବାକୁ ପଡ଼ିବ । ବିଭିନ୍ନ ସ୍ଥାନରୁ ପରିମାଣ ଗୁଡିକୁ ଏକତ୍ରିତ କରିବାକୁ ହେବ । 

Subscribe

National International State Sports Entertainment