ବିକାଶର ରାସ୍ତାରେ ଆଗକୁ ବଢିବ ଜାମ୍ମୁ କାଶ୍ମୀର, ରାଜ୍ୟରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଇନଭେଷ୍ଟର ସମିଟ
Khabar Odisha:National-news-Jammu--Kashmir-To-Organize-Its-First-Investor-Summit-From-12-14-Oct
ନୂଆଦିଲ୍ଲୀ, ଅଗଷ୍ଟ ୧୩ (ଖବର ଓଡିଶା)

ଜାମ୍ମୁ କାଶ୍ମୀରରୁ ଧାରା 370 ହଟିବା ପରେ ଏବେ ସେଠାରେ ନିବେଶକୁ ପ୍ରୋତ୍ସାହନା ଦେବା ପାଇଁ ବଡ ଯୋଜନା ଗୁଡିକର ରୁପ ରେଖ ପ୍ରସ୍ତୁତି କରାଯାଉଛି । ଜାମ୍ମୁ କାଶ୍ମୀରେ ପ୍ରଥମ ଥର ପାଇଁ ଇନଭେଷ୍ଟର ସମିଟର ଆୟୋଜନ କରାଯିବ । ଏହା ପ୍ରଥମଥର ପାଇଁ ହେବ ଯେତେବେଳ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ଏତେ ବଡ କାର୍ଯ୍ୟକ୍ରମର ଆୟୋଜନ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି । ଜାମ୍ମୁ କାଶ୍ମୀର ବାଣିଜ୍ୟ ଏବଂ ଉଦ୍ୟୋଗ ବିଭାଗର ମୁଖ୍ୟ ସଚିବ ଏନତେ ଚୌଧୁରୀ ଏହାର ସୂଚନା ଦେଇ କହିଛନ୍ତି ଯେ ଇନଭେଷ୍ଟର ସମିଟର ଆୟୋଜନ ଅକ୍ଟୋବର 12ରୁ 14 ମଧ୍ୟରେ ହେବ । ବିଭାଗୀୟ ସଚିବ କହିଛନ୍ତି ସାଧାରଣତଃ ଏହିପରି କାର୍ଯ୍ୟକ୍ରମ ପାଇଁ 6-8 ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରାଯାଇଥାଏ, କିନ୍ତୁ ଜାମ୍ମୁ କାଶ୍ମୀର ଦିନ-ରାତି କାମ କରି ଅତି ଅଳ୍ପ ସମୟ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବ । 

ଚୌଧୁରୀ କହିଛନ୍ତି ଇନଭେଷ୍ଟର ସମିଟର ଉଦଘାଟନୀ ସମାରୋହ ଶ୍ରୀନଗରରେ ଆୟୋଜିତ କରାଯିବ, ଯେତେବେଳେ କି ଏହାର ଉଦଯାପନୀ ସମାରୋହ ଜାମ୍ମୁରେ କରାଯିବ । ଏହାସହ ରାଜ୍ୟର ଅନେକ ଅନ୍ୟ ଅଞ୍ଚଳ ଗୁଡିକୁ ଏଥିରେ ସାମିଲ କରିବା ପାଇଁ ସେମିନାର ଏବଂ ୱାର୍କସପର ଆୟୋଜନ କରାଯିବ । ସଚିବ କହିଛନ୍ତି ଏହି ସବୁ ପାଇଁ ଯଦିଓ ଆମ ପାଖରେ କମ ସମୟ ରହିଛି, ତଥାପି ଏହାକୁ ସଫଳ କରିବାରେ କିଛି ତ୍ରୁଟି ରଖିବୁନି । 

ବିଭାଗୀୟ ସଚିବ କହିଛନ୍ତି, କେନ୍ଦ୍ର ସରକାର, ରାଜ୍ୟ ସରକାର ଗୁଡିକ, ବ୍ୟାପାର ଏବଂ ଉଦ୍ୟୋଗ ଦୁନିଆର ବଡ ବଡ ଲୋକଙ୍କୁ ଏହି ସମିଟର ନିମନ୍ତ୍ରଣ ପଠାଯିବ । ଚୌଧୁରୀ ସୂଚନା ଦେଇ କହିଛନ୍ତି ଏହି ସମିଟ ପାଇଁ 2000ରୁ ଅଧିକ ନିବେଶକମାନଙ୍କୁ ନିମନ୍ତ୍ରଣ କରାଯିବ । ଏଥିରେ ସିଆଇଆଇର ସାହାଯ୍ୟ ମଧ୍ୟ ନିଆଯିବ । ସିଆଇଆଇ ସମେତ ଅନେକ ସଂସ୍ଥାକୁ ସମିଟର ପାର୍ଟନର କରାଯାଇଛି । 

Subscribe

National International State Sports Entertainment