ଉନ୍ନାଓ ପୀଡିତାଙ୍କୁ ନ୍ୟାୟ: ଅପହରଣ ଏବଂ ବଳାତ୍କାରର ଅଭିଯୁକ୍ତ କୁଳଦୀପ ସେଙ୍ଗର ଦୋଷୀ ସାବ୍ୟସ୍ତ
Khabar Odisha:National-news-Court-Verdict-May-Come-Today-Against-Kuldeep-Sengar-In-Unnao-Rape-Case
ନୂଆଦିଲ୍ଲୀ, ଡିସେମ୍ବର ୧୬ (ଖବର ଓଡ଼ିଶା):

ଉନ୍ନାଓ ବଳାତ୍କାର ଏବଂ ଅପହରଣ ମାମାଲରେ ଦିଲ୍ଲୀର ତିସ ହଜାରୀ କୋର୍ଟ ରାୟ ଶୁଣାଇଛନ୍ତି । ଅଭିଯୁକ୍ତ କୁଳଦୀପ ସେଙ୍ଗରକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା ଡିସେମ୍ୱର 19 ତାରିଖରେ ଏହାର ଦଣ୍ଡ ଘୋଷଣା ହୋଇପାରେ । ସର୍ବନିମ୍ନ 10 ବର୍ଷରୁ ଆରମ୍ଭ କରି ଆଜୀବନ କାରବାସ ଦଣ୍ଡର ମିଳିବାର ସମ୍ଭାବନା ରହିଛି । ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ଉନ୍ନାଓ ଦୁଷ୍କର୍ମ ମାମଲାରେ ଡିସେମ୍ୱର 11 ତାରିଖ (ମଙ୍ଗଳବାର ଦିନ) ରାୟ ସଂରକ୍ଷିତ ରଖିଥିଲେ । ଉତ୍ତର ପ୍ରଦେଶର ପୂର୍ବତନ ବିଧାୟକ କୁଳଦୀପ ସିଂହ ସେଙ୍ଗରକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ ଉନ୍ନାଓ ଜିଲ୍ଲାର ମାଖୀ ଥାନା ଅଞ୍ଚଳରେ ବାସ କରୁଥିବା ଯୁବତୀ ବିଧାୟକ କୁଳଦୀପ ସିଂହ ସେଙ୍ଗର ବିରୋଧରେ 2017 ଜୁନ ମାସରେ ଅପହରଣ ସହ ବନ୍ଦୀ କରି ବାରମ୍ୱାର ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ପୀଡିତା ଥାନାରେ ଅଭିଯୋଗ କରିଥିଲେ କିନ୍ତୁ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ପୁଲିସ ଓଲଟା ଅଭିଯୁକ୍ତକୁ ଘଣ୍ଟ ଘୋଡାଇଥିଲା । ଏହାପରେ ପୀଡିତା କୋର୍ଟର ଦ୍ୱାରସ୍ଥ ହୋଇଥିଲେ । 

ଦୁଇ ବର୍ଷ ପୂର୍ବେ ବିଜେପିର ପୂର୍ବତନ ବିଧାୟକ ଏବଂ ତାଙ୍କ ଭାଇଙ୍କ ଉପରେ ବଳାତ୍କାର ଅଭିଯୋଗ ଲଗାଇଥିଲେ । ଏହା ପରେ ପୀଡିତାଙ୍କ ପିତାଙ୍କ ପୁଲିସ କଷ୍ଟେଡିରେ ମୃତ୍ୟୁ ହୋଇଥିଲା । ପୀଡିତା ମୁଖ୍ୟମନ୍ତ୍ରୀ ଆବାସ ସାମ୍ନାରେ ଆତ୍ମଦାହ ପାଇଁ ଉଦ୍ୟମ କରିବା ପରେ ଚର୍ଚ୍ଚାରେ ରହିଥିଲା । ସରକାର ଦ୍ୱାରା ଗଠିତ ଏସଆଇଟି ବିଧାୟାକୁ କ୍ଲିନ ଚିଟ ଦେଇଥିଲା କିନ୍ତୁ ପରିବାର ଏବଂ ବିରୋଧୀଙ୍କ ଦାବି ପରେ କେନ୍ଦ୍ରର ମଞ୍ଜୁରୀ ପରେ ସିବିଆଇ ମାମଲାର ତଦନ୍ତ ଆରମ୍ଭ କରିଥିଲେ । 

ଏହା ପୂର୍ବରୁ ଜୁଲାଇ 28ରେ ରାୟବରେଲି ନକଟରେ ଏକ କାରକୁ ଧକ୍କା ଦିଆଯାଏ, ଯେଉଁଥିରେ ଉନ୍ନାଓ ଦୁଷ୍କର୍ମ ପୀଡିତା ନିଜ ଖୁଡି, ମାଉସୀ, ଏବଂ ଓକିଲଙ୍କ ଯାତ୍ରା କରୁଥିଲେ । ଘଟଣା ଗଣମାଧ୍ୟମକୁ ଆସିବା ପରେ ପ୍ରଶାସନ ଘଟଣାକୁ ନେଇ ଅଧିକ ସକ୍ରିୟ ହୋଇ ଉଠିଥିଲା, କେବଳ ଏତିକି ନୁହେଁ ପୀଡିତାକୁ ନ୍ୟାୟ ତ୍ୱରିତ ଗତିରେ ଦେବାକୁ ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟ ମଧ୍ୟ ସଜାଗ ହୋଇଥିଲେ ।

ଘଟଣାର ପଞ୍ଚମ ଦିନରେ ଅର୍ଥାତ ଅଗଷ୍ଟ 1 ତାରିଖରେ ସୁପ୍ରିମକୋର୍ଟ ଉନ୍ନାଓ ରେପ ମାମଲାରେ ଜଡିତ ଥିବା ସମସ୍ତ 5ଟି ଯାକ ମାମଲାକୁ ଦିଲ୍ଲୀ ଟ୍ରାନ୍ସଫର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାମଲାର ପ୍ରତିଦିନ ଶୁଣାଣି କରିବା ସହ 45 ଦିନର ଡେଡ ଲାଇନ ଧାର୍ଯ୍ୟ କରାଯାଇଥିଲା । ଦୁର୍ଘଟଣାର ତଦନ୍ତ ଏକ ସପ୍ତାହ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାସହ ଉତ୍ତର ପ୍ରଦେଶ ସରକାରକୁ ପୀଡିତଙ୍କ ପରିବାରୁ 24 ଘଣ୍ଟା ମଧ୍ୟରେ 25 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

Subscribe

National International State Sports Entertainment