ହାଇକୋର୍ଟରୁ ଆଜମ ଖାନଙ୍କୁ ବଡ ଝଟକା, ପୁଅ ଅବଦୁଲ୍ଲାର ବିଧାୟକତା ରଦ୍ଦ
Khabar Odisha:National-news--Allahabad-High-Court-Canceled-The-Election-Of-Abdullah-Azam
ଲକ୍ଷ୍ନୌ, ଡିସେମ୍ବର ୧୬ (ଖବର ଓଡ଼ିଶା):

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜାମ ଖାନଙ୍କ ପୁଅ ଅବଦୁଲ୍ଲ ଆଜମଙ୍କ ବିଧାୟକତାକୁ ଆଲହାବାଦ ହାଇକୋର୍ଟ ରଦ୍ଦ କରିଛନ୍ତି । ଅବଦୁଲ୍ଲା ଆଜମ ୟୁପିର ସ୍ୱାରା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ । ଏହି ମାମଲାରେ 2017 ମସିହାରେ ବିଏସପି ନେତା ନୱାବ କାଜିମ ଅଲୀ ନିର୍ବାଚନ ଯାଚିକା ଦାଖଲ କରିଥିଲେ । 

ଅବଦୁଲ୍ଲାଙ୍କ ନିର୍ବାଚନ ଉପରେ ଦିଆଯାଇଥିବା ଯାଚିକାରେ କୁହାଯାଇଥିଲା 2017 ନିର୍ବାଚନ ସମୟରେ ଆଜମ ଖାନଙ୍କ ପୁଅଙ୍କୁ ସର୍ବନିମ୍ନ ନିର୍ଦ୍ଦାରିତ ବୟସ 25 ବର୍ଷ ହୋଇ ନଥିଲା । ନିର୍ବାଚନ ଲଢିବା ପାଇଁ ସେ ମିଛ ଦସ୍ତାବିଜ ଦାଖଲ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ କାଜିମ ଅଲୀଙ୍କ ତରଫରୁ ଦାଖଲ ହୋଇଥିବା ଯାଚିକାରେ ଅବଦୁଲ୍ଲା ଆଜମଙ୍କ 10 ଶ୍ରେଣୀର ମାର୍କସିଟ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଦରେ ରୁଜୁ ଥିବା ଜନ୍ମତିଥିକୁ ଆଧାର କରାଯାଇଥିଲା । ଏହି ପୁରା ମାମଲା ଉପରେ ଜୁନିଅର ଆଜମଙ୍କ କହିବା ଅନୁସାରେ ପ୍ରାଇମେରୀ ଆଡମିସନ ସମୟରେ ଶିକ୍ଷକ ଅନୁମାନ କରି ଜନ୍ମତିଥି ଲେଖିଥିଲେ । 

ଅବଦୁଲ୍ଲା ଆଜମଙ୍କ ହାଇସ୍କୁଲରୁ ଆରମ୍ଭ କରି ପିଜିର ଡିଗ୍ରୀରେ ଜନ୍ମତିଥି 1993 ମସିହା ଜାନୁଆରୀ 1 ରହିଛି । ଏହି ତାରିଖ ପାନ କାର୍ଡ, ପାସପୋର୍ଟ ଏବଂ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରହିଛି ।  

Subscribe

National International State Sports Entertainment