ଆଜି ନିର୍ବାଚନ: ଦେଶକୁ ମିଳିବ ନୂଆ ଉପରାଷ୍ଟ୍ରପତି, ଜଗଦୀପ ଧନଖଡ଼-ମାର୍ଗରେଟ ଆଲ୍‌ଭାଙ୍କ ମଧ୍ୟରେ ଟକ୍କର
Khabar Odisha:Nation-Vice-President-election-Jagdeep-Dhankhar-Margaret-Alva

ନୂଆଦିଲ୍ଲୀ, ଅଗଷ୍ଟ ୦୬ (ଖବର ଓଡ଼ିଶା): ଦେଶମୁ ଆଜି ନୂଆ ଉପରାଷ୍ଟ୍ରପତି ମିଳିବ । ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ କରାଯିବା ସହିତ ଫଳାଫଳ ମଧ୍ୟ ପ୍ରକାଶ ପାଇବ । ଏନ୍‌ଡିଏ ତରଫରୁ ଏହି ନିର୍ବାଚନ ପଡ଼ିଆରେ ଜଗଦୀପ ଧନଖଡ଼ ଓ ବିରୋଧୀ ଦଳ ମାର୍ଗରେଟ ଆଲ୍‌ଭାଙ୍କୁ ପ୍ରାର୍ଥୀ କରାଯାଇଛି । କିନ୍ତୁ ରାଷ୍ଟ୍ରପତି ନିର୍ବାଚନ ଭଳି ଏହି ମୁକାବିଲା ଏକତରଫା ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ତଥ୍ୟ ଅନୁସାରେ ଜଗଦୀପ ଧନଖଡ଼ ଆଗରେ ଅଛନ୍ତି । ଯଦିଓ ବିରୋଧୀ ଦଳ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି, ତଥାପି ଏନଡିଏର ପ୍ରାର୍ଥୀ ତୁଳନାରେ ସେମାନେ ପଛରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । 

ଗଣତନ୍ତ୍ରିକ ଦେଶରେ ଉପରାଷ୍ଟ୍ରପତି ପଦର ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ଉପରାଷ୍ଟ୍ରପତି କାମ ଚଳାଇଥାନ୍ତି । ଉପରାଷ୍ଟ୍ରପତିଙ୍କୁ ଅନେକ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ଭାଳିବାକୁ ମଧ୍ୟ ପଡ଼ିଥାଏ । ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଭୋଟ ଦେଇଥାନ୍ତି । ଯେଉଁ ସଦସ୍ୟ ମନୋନୀତ ହୋଇଥାନ୍ତି, ସେମାନଙ୍କୁ ଭୋଟ ଦେବାର ଅଧିକାର ମିଳିଥାଏ । ମୋଟ ଭୋଟ ସଂଖ୍ୟା ୭୮୮ ହେବ । ଏଥିରେ ଲୋକସଭାର ୫୪୩ ଭୋଟ ଓ ରାଜ୍ୟସଭାର ୨୪୩ ସାମିଲ ରହିଛି । କୌଣସି ପ୍ରାର୍ଥୀଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ଜିତିବାକୁ ହେଲେ ୩୯୪ ଖଣ୍ଡ ଭୋଟ ଦରକାର । ଯେଉଁ ପ୍ରାର୍ଥୀଙ୍କୁ ଏତିକି ପରିମାଣରେ ଭୋଟ ମିଳିବ, ତାଙ୍କର ବିଜୟ ସୁନିଶ୍ଚିତ । 

ଏହି ନିର୍ବାଚନରେ ସାଂସଦଙ୍କ ଏକ ଭୋଟ ଗଣତି ହୋଇଥାଏ । ଏନଡିଏ ପାଖରେ ୩୯୫ ଭୋଟ ରହିଛି । ଲୋକସଭାରେ ବିଜେପିର ୩୦୩ ସାଂସଦ ଓ ରାଜ୍ୟସଭାରେ ୯୩ ଜଣ ସାଂସଦ ଅଛନ୍ତି । ଏନଡିଏ ପ୍ରାର୍ଥୀଙ୍କୁ କିଛି ଆଞ୍ଚଳିକ ଦଳର ସାଂସଦମାନେ ସମର୍ଥନ କରୁଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏକୁ ସମର୍ଥନ ଜଣାଇଥିବା ମାୟାବତୀ ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ସମର୍ଥନ ଜଣାଇବେ । ସେହିପରି ବିଜେଡି ଓ ୱାଇଏସ୍‌ଆର କଂଗ୍ରେସ ମଧ୍ୟ ଧନଖଡ଼ଙ୍କୁ ସମର୍ଥନ ଜଣାଉଛି । ଏହି ୨ ଦଳ ହାତରେ ୫୨ ଖଣ୍ଡ ଭୋଟ ଅଛି । ତେଣୁ ଧନଖନଙ୍କ ବିଜୟ ସୁନିଶ୍ଚିତ ବୋଲି କୁହାଯାଉଛି । ବିରୋଧୀ ଦଳ ହାତରେ ପାଖାପାଖି ୨୦୦ ଭୋଟ ରହିଛି । 

 

  • Tags:

Subscribe

National International State Sports Entertainment