କରୋନା: ଦେଶରେ ହ୍ରାସ ପାଉଛି ସଂକ୍ରମିତଙ୍କ ସଂଖ୍ୟା, ଭାରତକୁ ପଛରେ ପକାଇ ଶୀର୍ଷରେ ଆମେରିକା
Khabar Odisha:Nation-US-again-on-top-in-daily-corona-cases-India-at-no-2-drop-down-in-new-cases

ନୂଆଦିଲ୍ଲୀ, ଅକ୍ଟୋବର ୧୮ (ଖବର ଓଡ଼ିଶା): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ତଳକୁ ଆସିପାରିଛି । ପୂର୍ବରୁ ଏହା ୯ ଲକ୍ଷରୁ ଅଧିକ ରହୁଥିଲା । ଦୀର୍ଘ ୨ ମାସ ପର୍ଯ୍ୟନ୍ତ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ ଥିଲା । ମାତ୍ର ଏବେ ଭାରତ ସଂକ୍ରମିତଙ୍କ ତାଲିକାରେ ୨ୟ ସ୍ଥାନରେ ରହିଛି । ଆମେରିକାରେ ପ୍ରତିଦିନ ଭାରତ ତୁଳାନାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହା ସକରାତ୍ମକ ସଂକେତ ବୋଲି କୁହାଯିବ । ଅଗଷ୍ଟ ୬ ତାରିଖ ପରେ ଭାରତରେ ବିଶ୍ୱ ତୁଳନାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । 

ୱାଲଡୋମିଟର ଇନଫେ ମୁତାବକ ଗୁରୁବାର ଓ ଶୁକ୍ରବାର ଆମେରିକାରେ ଯଥାକ୍ରମେ ୬୬ ହଜାର ୧୩୧ ଓ ୭୧ ହଜାର ୬୮୭ ନୂଆ ସଂକମିତ ଚିହ୍ନଟ ହୋଇଥିଲେ । ଏହି ଦୁଇ ଦିନରେ ଭାରତରେ ୬୪ ହଜାର ୨୩୭ ଓ ୬୨ ହଜାର ୫୮୭ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଥିଲେ । ଦୀର୍ଘ ୭୧ ଦିନର ବ୍ୟବଧାନ ପରେ ଆମେରିକାରେ ପୁଣି ଥରେ କରୋନା ପଜିଟିଭ ସଂଖ୍ୟା ବଢ଼ିଛି । 

ଯୁକ୍ତରାଷ୍ଟ୍ର ଆମେରିକାରେ ୮୩ ଲକ୍ଷ ୪୨ ହଜାର ୪୫୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୨୪ ହଜାର ୨୭୯ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୫୪ ଲକ୍ଷ ୩୨ ହଜାର ୧୯୨ ଜଣ ସୁସ୍ଥ ହୋଇଥିବା ବେଳେ ୨୬ ଲକ୍ଷ ୮୫ ହଜାର ୯୮୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୫ ହଜାର ୪୧୭ ଜଣ ଗୁରୁତର ଅଛନ୍ତି । 

 

  • Tags:

Subscribe

National International State Sports Entertainment