ଯେତେବେଳ ଯାଏଁ ଚେତା ଥିଲା, ପୀଡ଼ିତା ପଚାରୁଥିଲେ ଅଭିଯୁକ୍ତମାନେ ଧରାପଡ଼ିଲେ କି ନାହିଁ
Khabar Odisha:Nation-UP-Unnao-case-victim-asked-her-family-for-the-arrest-of-the-accused

ନୂଆଦିଲ୍ଲୀ, ଡିସେମ୍ବର ୦୮ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଲଖନରୁ ଦିଲ୍ଲୀ ସ୍ଥାନାନ୍ତର କରିବା ପରେ ଭାଇ, ବଡ଼ ଭଉଣୀ ଓ ମା’ ସାଥୀରେ ଥିଲେ । ବଡ଼ ଭଉଣୀଙ୍କ କହିବା ଅନୁସାରେ ବହୁ କଷ୍ଟରେ ପୀଡ଼ିତାଙ୍କ କଣ୍ଠରୁ ସ୍ୱର ବାହାରୁଥିଲା । ତଥାପି ଅଭିଯୁକ୍ତମାନେ ଧରାପଡ଼ିଲେ କି ନାହିଁ ତାହା ଜାଣିବାକୁ ସେ ଚେଷ୍ଟା କରୁଥିଲେ । ରାସ୍ତାରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ପୀଡ଼ିତାଙ୍କ ଚିନ୍ତା ଥିଲା ଯେ ଅଭିଯୁକ୍ତମାନେ ଧରାପଡ଼ିଲେ କି ନାହିଁ । 

ସଫଦରଜଂଗ ହସ୍ପିଟାଲରେ ସାଥୀରେ ଥିବା ବଡ଼ ଭଉଣୀ କହିଛନ୍ତି, ବହୁ କଷ୍ଟରେ ସାନ ଭଉଣୀର ସ୍ୱର ଶୁଭୁଥିଲା । ବାରମ୍ବାର ସେ ପଚାରୁଥିଲା ଯେ, ଯେଉଁ ଲୋକମାନେ ତାଙ୍କ ଶରୀରରେ ନିଆଁ ଲଗାଇଥିଲେ, ନିଜ ଆଖିରେ ଫାଶୀ ଦେଖିବାକୁ ଚାହୁଁଛନ୍ତି । ସେଥିପାଇଁ ସେ ମରିବାକୁ ଚାହୁଁନ ଥିଲେ । ସେ ପୂରା ରାସ୍ତାରେ ପଚାରୁଥିଲେ ଯେ, ପୋଲିସ ଏପର୍ଯ୍ୟନ୍ତ କେତେ ଜଣଙ୍କୁ ଧରିଛି । ସେ ଯେତେବେଳେ ଚେତାରେ ଥିଲେ, ସେହି ସମୟ ଯାଏଁ ୨ ଜଣ ଗିରଫ ହୋଇଥିବା ମୁଁ ତାଙ୍କୁ କହିଥିଲି ବୋଲ ବଡ଼ ଭଉଣୀ ଗଣମାଧ୍ୟମକୁ କହିଛନ୍ତି । ମାତ୍ର ପୀଡ଼ିତା ଚାହୁଁଥିଲେ ନିଜ ଆଖି ଆଗରେ ଅଭିଯୁକ୍ତମାନଙ୍କୁ ଫାଶୀ ହେଉ ।

ବଡ଼ ଭଉଣୀର ଅଭିଯୋଗ ଯେ, ଲଖନଉରେ ତାଙ୍କ ଭଉଣୀଙ୍କୁ ଭଲ ଭାବରେ ଚିକିତ୍ସା ସେବା ଯୋଗାଇ ଦିଆଯାଇ ନ ଥିଲା । ଅବସ୍ଥା ଏତେ ଖରାପ ଥିଲଶ ଯେ, ଡାକ୍ତରମାନେ କେବଳ ଗ୍ଲୁକୋଚ ଦେଇଥିଲେ । ଡାକ୍ତରମାନେ ସେମାନଙ୍କ କଥା ହିଁ ଶୁଣୁ ନ ଥିଲେ । ପରିବାର ଲୋକେ ପୀଡ଼ିତାଙ୍କୁ ଦିଲ୍ଲୀ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ବାରମ୍ବାର କହିଥିଲେ । ସ୍ଥିତି ଗମ୍ଭୀର ହେବା ପରେ ପୀଡ଼ିତାଙ୍କୁ ଦିଲ୍ଲୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । 

  

 

  • Tags:

Subscribe

National International State Sports Entertainment