କୋଭିଡ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ, ୭ ମୃତ ଓ ୩୦ ଉଦ୍ଧାର
Khabar Odisha:Nation-Seven-people-have-lost-their-lives-and-30-have-been-rescued-in-Andhra-Pradesh

ବିଜୟୱାଡା, ଅଗଷ୍ଟ ୦୯ (ଖବର ଓଡ଼ିଶା): ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଥିବା ଏକ କୋଭିଡ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣା ଘଟିଛି । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିଜୟୱାଡାର ଏକ ହୋଟେଲକୁ କୋଭିଡ-୧୯ ହସ୍ପିଟାଲ କରାଯାଇଥିଲା । ଏଠାରେ କରୋନା ରୋଗୀମାନଙ୍କୁର ରଖି ଚିକିତ୍ସା କରାଯାଉଥିଲା । କିନ୍ତୁ ଆଜି ପୂର୍ବାହ୍ନ ୫ଟାରେ ହସ୍ପିଟାଲରେ ଅଚାନକ ନିଆଁ ଲାଗିବାରୁ ବଡ଼ ଧରଣର କ୍ଷତି ଘଟିଛି । ସୂଚନା ମିିଳବା ପରେ ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳକୁ ପହଂଚିଛନ୍ତି । କିନ୍ତୁ ଏହା ପୂର୍ବରୁ ୭ ଜଣଙ୍କର ଜୀବନ ଦୀପ ଲିଭି ଯାଇଥିବା ବେଳେ ୩୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି । 

 

  • Tags:

Subscribe

National International State Sports Entertainment