ମନ ବଦଳାଇଲେ ଅଖିଳେଶ ଯାଦବ, ଲେଖିଲେ ଜୟ ସିୟା ରାମ
Khabar Odisha:Nation-Samajwadi-Party-chief-Akhilesh-Yadav-tweet-before-Ram-mandir-Bhumipujan-in-Ayodhya

ଲଖନଉ, ଅଗଷ୍ଟ ୦୫ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଶ୍ରୀରାମ ମନ୍ଦିର ଜନ୍ମଭୂମି ପୂଜନ ପୂର୍ବରୁ ଟୁଇଟ କରିଛନ୍ତି । ଟୁଇଟରେ ଅଖିଳେଶ ନିଜର ମନ ବଦଳାଇଥିବା ଜଣାପଡୁଛି । ସେ ଲେଖିଛନ୍ତି, ଆଶା କରୁଛି ଆଜି ଓ ଭବିଷ୍ୟତ ପୀଢ଼ି ମର୍ଯ୍ୟାଦା ପୁରୁଷୋତ୍ତମ ଭଗବନା ରାମଙ୍କ ଦ୍ୱାରା ଦେଖାଯାଇଥିବା ମାର୍ଗ ଓ ଶାନ୍ତି ଲାଗି ମର୍ଯ୍ୟାଦା ପାଳନ କରିବେ । 

ଅଖିଳେଶ ଟୁଇଟ କରିଛନ୍ତି ଯେ, ‘ଜୟ ମହାଦେବ ଜୟ ସିୟା-ରାମ, ଜୟ ରାଧେ-କୃଷ୍ଣ ଜୟ ହନୁମାନ’ । ଭଗବାନ ଶିବଙ୍କ କଲ୍ୟାଣ, ଶ୍ରୀରାମଙ୍କ ଅଭୟତ୍ୱ ଓ ଶ୍ରୀକୃଷ୍ଣଙ୍କ ଉନ୍ମୁକ୍ତ ଭାବରେ ସବୁ ପରିପୂର୍ଣ୍ଣ ରହିଛି । ଆଶା କରୁଛି ଯେ, ବର୍ତ୍ତମାନ ଓ ଭବିଷ୍ୟତର ପୀଢ଼ି ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଦ୍ୱାରା ଦେଖାଯାଇଥିବା ମାର୍ଗର ଅନୁରୂପ ସ୍ୱଚ୍ଛ ମନରେ ସମସ୍ତଙ୍କ ମଙ୍ଗଳ ଓ ଶାନ୍ତି ଲାଗି ମର୍ଯ୍ୟାଦାର ପାଳନ କରିବ । 

ସୂଚନାଯୋଗ୍ୟ, ସମାଜବାଦୀ ପାର୍ଟି ସବୁବେଳେ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିନ ନିର୍ମାଣକୁ ବିରୋଧ କରି ଆସୁଥିଲା । ଅଖିଳେଶଙ୍କ ପିତା ମୁଲାୟମ ସିଂହ ଯାଦବ ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୧୯୯୦ରେ ଅଯୋଧ୍ୟାରେ କାରସେବକଙ୍କ ଉପରେ ଗୁଳି କରିବା ନେଇ ଆଦେଶ ଦେବା ଅଭିଯୋଗ ରହିଛି । ଅଖିଳେଶ ଯାଦବ ଅତୀତରେ ଶ୍ରୀରାମ ମନ୍ଦିରକୁ ସମର୍ଥନ କରି ନଥିଲେ । 

 

  • Tags:

Subscribe

National International State Sports Entertainment