ଯୋଧପୁରରେ ମିଳିତ ଭାବେ ଯୁଦ୍ଧାଭ୍ୟାସ କଲେ ଭାରତ-ଫ୍ରାନ୍ସ ବାୟୁସେନା
Khabar Odisha:Nation-Rajastan-Air-Force-of-India-and-France-did-military-exercise-in-Jodhpur-of-Rajasthan

ଯୋଧପୁର, ଜାନୁଆରୀ ୨୨ (ଖବର ଓଡ଼ିଶା): ଭାରତୀୟ ଓ ଫ୍ରାନ୍ସ ବାୟୁସେନାର ରାଫେଲ ଜେଟ ବିମାନ ରାଜସ୍ଥାନରେ ୫ ଦିବସୀୟ ଯୁଦ୍ଧାଭ୍ୟାସ ସମୟରେ ଗୁରୁବାର ଅନେକ ଜଟିତ ପରିସ୍ଥିତି ପ୍ରଦର୍ଶନ କରାଯାଇଥିଲା । ବାୟୁସେନାର ଅଧିକାରୀମାନେ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ମୁଖ୍ୟ ରକ୍ଷା ଅଧ୍ୟକ୍ଷ ଡେଜର୍ଟ ନାଇଟ ୨୧ର ପ୍ରଥମ ଦିନରେ ଅଭ୍ୟାସକୁ ତୀବ୍ର କରିଦିଆଯାଇଛି । 

ଜଣେ ଅଧିକାରୀ କହିଛନ୍ତି ଯେ, ରାଫେଲ ବ୍ୟତୀତ ଭାରତୀୟ ବାୟୁସେନାର ସୁଖୋଇ ଓ ମିରାଜ ୨୦୦ ଯୁଦ୍ଧ ବିମାନ ମଧ୍ୟ ଅଭ୍ୟାସରେ ଅଂଶଗ୍ରହଣ କରିଛନ୍ତି । ବୁଧବାର ଆରମ୍ଭ ହୋଇଥିବା ଏହି ଅଭ୍ୟାସ ଏଭଳି ଏକ ସମୟରେ ଅନୁଷ୍ଠିତ ହୋଇଛି, ଯେଉଁ ସମୟରେ ପୂର୍ବ ଲଦ୍ଦାଖରେ ଭାରତ-ଚୀନ ମଧ୍ୟ ସୀମା ବିବାଦ ନେଇ ଉତ୍ତେଜନା ଜାରି ରହିଛି । 

 

  • Tags:

Subscribe

National International State Sports Entertainment