ଜେପି ନଡ୍ଡାଙ୍କ କାର୍ଯ୍ୟକ୍ରମ ପାଇଁ ନିର୍ମିତ ମଂଚକୁ ଭାଙ୍ଗିଲା କୋଲକାତା ପୋଲିସ
Khabar Odisha:Nation-Kolkata-Police-breaks-down-stage-set-for-JP-Naddas-program-near-State-BJP-headquarters

କୋଲକାତା, ମେ ୦୫ (ଖବର ଓଡ଼ିଶା): କୋଲକାତା ପୋଲିସ ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ (ଜେପି) ନଡ୍ଡାଙ୍କ ପାଇଁ ନିର୍ମିତ ହୋଇଥିବା ମଂଚକୁ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଏହି ମଂଚ ରାଜ୍ୟ ବିଜେପି କାର୍ଯ୍ୟାଳୟ ନିକଟରେ ନିର୍ମିତ ହୋଇଥିଲା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଆଜି ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା ବିରୋଧରେ ଧାରଣା ଦେବାର କାର୍ଯ୍ୟକ୍ରମ ଅଛି । ଏହି ବିରୋଧ ପ୍ରଦର୍ଶନରେ ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ ଓ ଅନ୍ୟ ବରିଷ୍ଠ ନେତା ୬ ମୁରଲୀଧର ସେନ ଲେନରେ ଧାରଣା ଦେବାର କାର୍ଯ୍ୟକ୍ରମ ରହିଥିଲା ।  

ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ହଷ୍ଟିଂ ଅଫିସ ନିକଟରେ ଏବେ ବିଜେପିର ଏହି ଧାରଣା ହେବ । ଏହା ପୂର୍ବରୁ ଜେପି ନଡ୍ଡା ମେ’ ୪ ତାରିଖରେ ହିଂସା ପ୍ରଭାବିତ ବିଜେପି କର୍ମୀଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । 

 

  • Tags:

Subscribe

National International State Sports Entertainment