କରୋନା ବିପକ୍ଷରେ ବିଜୟୀ ହେଲେ କର୍ଣ୍ଣାଟକର ଏହି ୧୧୦ ବର୍ଷୀୟା ବୃଦ୍ଧା
Khabar Odisha:Nation-Karnataka-110-year-old-woman-defeated-coronavirus-in-Karnataka

ବେଙ୍ଗାଲୁରୁ, ଅଗଷ୍ଟ ୦୨ (ଖବର ଓଡ଼ିଶା): କର୍ଣ୍ଣାଟକର ଚିତ୍ରଦୁର୍ଗରେ ଜଣେ ୧୧୦ ବର୍ଷୀୟା ବୃଦ୍ଧା କୋଭିଡ-୧୯ ବିରୋଧରେ ବିଜୟୀ ହୋଇଛନ୍ତି । ସଂକ୍ରମଣ ମୁକ୍ତ ହେବା ପରେ ମହିଳାଙ୍କୁ ଶନିବାର ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି । ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ଅନୁସାରେ ସିଦ୍ଧମ୍ମା ପୋଲିସ ନିବାସରେ ରହୁଥିବା ମହିଳାଙ୍କ ୫ଟି ସନ୍ତାନ, ୧୭ ନାତି-ନାତୁଣୀ ଓ ୨୨ ଅଣନାତି-ନାତୁଣୀ ଅଛନ୍ତି । ସେ କହିଛନ୍ତି, ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ତିତ୍ରଦୁର୍ଗ କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବୃଦ୍ଧା ଜଣକ ସଂପୂର୍ଣ୍ଣ ରୂପେ ଠିକ ହୋଇଯିବା ପରେ ଏବେ ଘରକୁ ଯାଇଛନ୍ତି । 

ସଂକ୍ରମଣ ପରେ କମଜୋର ଦେଖାଯାଇଥିବା ସିଦ୍ଧମା ୪ ଜଣ ଲୋକଙ୍କ ସହାୟତାରେ ବାହାରକୁ ଯାଇଥିଲେ । ଏହି ସମୟରେ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଅଭିନନ୍ଦନ ଜଣାଇଥିଲେ । ସିଦ୍ଧମାଙ୍କୁ ଯେତେବେଳେ ପଚାରାଯାଇଥିଲା ଯେ, କ’ଣ ସେ କୋଭିଡ-୧୯ ନେଇ ଭୟଭୀତ ହୋଇଥିଲେ? ଉତ୍ତର ମିଳିଥିଲା, ମୁଁ କାହାରିକୁ ଡରେ ନାହିଁ । ସେ କହିଥିଲେ, ହସ୍ପିଟାଲରେ ଦିଆଯାଇଥିବା ଚିକିତ୍ସା ନେଇ ଖୁସି ଅନୁଭବ କରୁଛି । 

ଗଣମାଧ୍ୟମର ପ୍ରତିନିଧିଙ୍କୁ ଜିଲ୍ଲା ସର୍ଜନ ବସାୱାରାଜୁ କହିଛନ୍ତି, ଏହା ଗର୍ବର କଥା ଯେ, ସବୁଠାରୁ ବରିଷ୍ଠ ମହିଳାଙ୍କୁ କରୋନା ଭାଇରସରୁ ଠିକ କରାଯାଇ ପାରିଛି । ତାଙ୍କୁ ସରକାରୀ ହସ୍ପିଟାଲରୁ ଛୁଟି ମିଳିଛି । ସେ କହିଛନ୍ତି, ମୋ ଜାଣତରେ ୧୧୦ ବର୍ଷର ମହିଳା କରୋନା ଭାଇରସରୁ ଠିକ ହେବ ପ୍ରଥମ ଘଟଣା । ସେ ଜଣେ ପୋଲିସ କର୍ମୀଙ୍କ ମା’ ଏବଂ ପୋଲିସ କ୍ୱାର୍ଟରରେ ରୁହନ୍ତି । 

 

  • Tags:

Subscribe

National International State Sports Entertainment