ମୁମ୍ବାଇ, ଡିସେମ୍ବର ୦୩ (ଖବର ଓଡ଼ିଶା): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜାରି ଥିବା ଟେଷ୍ଟ ଶୃଙ୍ଖଳାର ୨ୟ ତଥା ଶେଷ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ପୂର୍ବାହ୍ନ ସାଢ଼େ ୯ଟାରୁ ଖେଳାଯିବ। ତେବେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ବର୍ଷା ଚେତାବନୀ ଦେଇଛି। ତେଣୁ ବର୍ଷା ଯଦି ହେବ ତା’ହେଲେ ଆଜିର ଖେଳ ପ୍ରଭାବିତ ହୋଇପାରେ।
ଅନ୍ୟପଟରେ ବର୍ଷା ଯୋଗୁଁ ଉଭୟ ଦଳ ଭଲ ଅଭ୍ୟାସ ମଧ୍ୟ କରିପାରି ନାହାନ୍ତି। କାନପୁର ଟେଷ୍ଟ ଅମୀମାଂସିତ ଥିବାରୁ ଏହି ମ୍ୟାଚ୍କୁ ଉଭୟ ଦଳ ଜିତିବା ପାଇଁ ନିଜ ନିଜ ସ୍ତରରେ ପ୍ରସ୍ତୁତ ଅଛନ୍ତି। କାନପୁର ଟେଷ୍ଟରେ ଭାରତ ପ୍ରଥମ ୪ ଦିନ ବହୁତ ଭଲ ଖେଳିଥିଲେ ବି ଶେଷ ଦିନରେ ବୋଲରମାନେ ପ୍ରଭାବି ହୋଇପାରି ନଥିଲେ, ଯାହା ଫଳରେ ମ୍ୟାଚ୍ ଡ୍ର ରହିଗଲା।
ତେବେ ସଂଘର୍ଷ କରି ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ୍ ଡ୍ର କରିପାରିଥିବାରୁ ମୁମ୍ବାଇ ଟେଷ୍ଟ ଜିତିବାକୁ ଆତ୍ମବିଶ୍ବାସ ରଖିଛି। ଦଳର ଖେଳାଳିମାନେ ଏହି ମ୍ୟାଚକୁ ନେଇ ବେଶ ଉତ୍ସାହିତ ଥିବା ଜଣାପଡ଼ିଛି।
ଭାରତ: ଶୁଭମନ ଗିଲ୍, ମୟଙ୍କ ଅଗ୍ରୱାଲ୍, ବିରାଟ କୋହଲି, ଶ୍ରେୟସ ଆୟର, ଅଜିଙ୍କ୍ୟ ରାହାଣେ, କେଏସ୍ ଭରତ, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍, ରବିଚନ୍ଦ୍ରନ ଅଶ୍ବିନ୍, ମହମ୍ମଦ ସିରାଜ ଓ ଉମେଶ ଯାଦବ।
ନ୍ୟୁଜିଲାଣ୍ଡ୍: ଟମ୍ ଲଥାମ, ୱିଲ୍ ୟଙ୍ଗ୍, କେନ୍ ୱିଲିୟମସନ୍, ରସ୍ ଟେଲର୍, ହେନରି ନିକଲ୍ସ, ଟମ୍ ବ୍ଲଣ୍ଡେଲ୍, ରାଚିନ୍ ରବୀନ୍ଦ୍ର, କାଇଲ୍ ଜାମିସନ୍, ଟିମ୍ ସାଉଦି, ଏଜାଜ ପଟେଲ୍, ୱିଲ୍ ସୋମରଭିଲ୍।