ମୁମ୍ବାଇରେ ପ୍ରବଳ ବର୍ଷା; ଅଟକିଲା ଲୋକାଲ ଟ୍ରେନ୍ ସେବା, ରେଳଧାରଣା ବୁଡ଼ିଲା
Khabar Odisha:Nation-Heavy-rain-in-Mumbai-local-train-services-stopped-waterlogging-on-track-between-Igatpuria-and-Khardi

ମୁମ୍ବାଇ, ଜୁଲାଇ ୨୨ (ଖବର ଓଡ଼ିଶା): ଦେଶର ଅଧିଂକାଶ ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି । ଫଳରେ ବର୍ଷା ଲାଗି ରହିଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବିଗତ କିଛି ଦିନ ହେବ ପ୍ରବଳ ବର୍ଷା ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ମୁମ୍ବାଇରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବୁଧବାର ପ୍ରବଳ ବର୍ଷା ହେବାରୁ ଉମ୍ବୋରମାଳୀ ରେଳଷ୍ଟେସନ ଏବଂ କସାରା ମଧ୍ୟରେ ରେଳ ସେବା ଅଟକାଇ ଦିଆଯାଇଛି । ରେଳଧାରଣାରେ ପାଣି ଭର୍ତ୍ତି ହୋଇଯାଇଛି । 

ମଧ୍ୟରେଲୱେ ମୁଖ୍ୟ ଲୋକସଂପର୍କ ଅଧିକାରୀ ଶିବାଜୀ ସୁତାର କହିଛନ୍ତି, ଦୂରଗାମୀ ଟ୍ରେନରେ ପୁଣେ-ଦରଭଂଗା ସ୍ୱତନ୍ତ୍ର ଏବଂ ସିଏସଏମଟି-ବାରାଣସୀ ସ୍ୱତନ୍ତ୍ର ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତିଠାରୁ ବୁଧବାର ରାତି ୧୦ଟା ପର୍ଯ୍ୟନ୍ତ କସାରାରେ ୨୦୭ ମିଲିମିଟର ବର୍ଷା ହୋଇଛି । ଏଥିରୁ କେବଳ ଗୋଟିଏ ଘଣ୍ଟା ମଧ୍ୟରେ ୪୫ମିଲିମିଟର ବର୍ଷା ରେକର୍ଡ କରାଯାଇଛି । 

ବୃହନମୁମ୍ବାଇ ମହାନଗରପାଳିକାର ଜଣେ ଅଧିକାରୀ କହିଛନ୍ତି, ମୁମ୍ବାଇରେ ବୁଧବାର ସକାଳ ୮ଟା ପରେ ରାତି ୧୦ ଟା ପର୍ଯ୍ୟନ୍ତ ୬୮.୭୨ ମିଲିମିଟର ବର୍ଷା ହୋଇଛି । ପୂର୍ବ ଏବଂ ପଶ୍ଚିମ ଉପନଗରରେ ଯଥାକ୍ରମେ ୫୮.୭୫ ମିଲିମିଟର ଏବଂ ୫୮.୨୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବୁଧବାର ଅପରାହ୍ନରେ ବର୍ଷା ସାମାନ୍ୟ କମିଥିଲା, କିନ୍ତୁ ରାତିରେ ପୁଣି ଏହା ବଢ଼ିଯାଇଥିଲା । 

 

  • Tags:

Subscribe

National International State Sports Entertainment