ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଶାହିନ ବାଗ ନାଇଟ, ଛାତ୍ରଛାତ୍ରୀଙ୍କୁ ୫-୫ ହଜାର ଜରିମାନା
Khabar Odisha:Nation-For-organising-Shaheen-Bagh-night-Hyderabad-university-imposes-five-thosand-rupees-fine-on-three-students

ହାଇଦ୍ରାବାଦ, ଫେବୃଆରୀ ୨୨ (ଖବର ଓଡ଼ିଶା): ହାଇଦ୍ରାବାଦରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ପ୍ରଦର୍ଶନ କରାଯାଇଥିବାରୁ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ୫-୫ ହଜାର ଟଙ୍କା ଜରିମାନା ଦେବାକୁ କହିଛି ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ । ଯେଉଁ ଛାତ୍ରମାନଙ୍କୁ ଜରିମାନା ଦେବାକୁ କୁହାଯାଇଛି ସେମାନେ ବିଶ୍ୱବିଦ୍ୟାଳୟ ପରିସରରେ ରାତି ୯ଟା ପରେ ‘ଶାହିନ ବାଗ ନାଇଟ’ ଆୟୋଜନ କରିଥିଲେ । ଏହା ବିଶ୍ୱବିଦ୍ୟାଳୟର ନିୟମ ଉଲଂଘନ ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଜରିମାନା ହୋଇଛି । ଛାତ୍ର ସଂଘ ଏହି ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରିଥିବା ଜଣାଯାଇଛି ।  

ବିଶ୍ୱବିଦ୍ୟାଳୟ ସହିତ ଜଡ଼ିତ ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଫେବୃଆରୀ ୧୮ରେ ବିଶ୍ୱବିଦ୍ୟାଳୟର ଏକ ଆଦେଶରେ ଛାତ୍ରଛାତ୍ରୀମାନଙ୍କୁ ଜରିମାନା ହୋଇଛି । ଏଥିରେ କୁହାଯାଇଛି କି ନର୍ଥ ସପିଂ କମ୍ପେକ୍ସରେ ଜାନୁଆରୀ ୩୧ ରାତି ୯ଟା ପରେ ଛାତ୍ରଛାତ୍ରୀମାନେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଅଭିଯୋଗ ଅନୁସାରେ କ୍ୟାମ୍ପସର କାନ୍ଥକୁ ମଧ୍ୟ ବିକୃତ କରାଯାଇଥିଲା । ଆଦେଶରେ ଛାତ୍ରମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ସେମାନେ ଆଗାମୀ ଦିନରେ ଖରାପ କାମ ଠାରୁ ଦୂରରେ ରହି ପାଠପଢ଼ା ପ୍ରତି ମନ ଦିଅନ୍ତୁ । 

 

 

  • Tags:

Subscribe

National International State Sports Entertainment