ରାମ ମନ୍ଦିର ନିର୍ମାଣ ଲାଗି ରାଜସ୍ଥାନ ମନ୍ତ୍ରୀ ଦେବେ ୨ ମାସର ଦରମା ଓ ରୁପାର ଇଟା
Khabar Odisha:Nation-Congress-minister-of-Rajastan-to-donates-two-months-salary-and-one-silver-brick

ଜୟପୁର, ଅଗଷ୍ଟ ୦୫ (ଖବର ଓଡ଼ିଶା): ଉତ୍ତର ପ୍ରଦେଶ କେବଳ ନୁହେଁ ରାଜସ୍ଥାନରେ ମଧ୍ୟ ରାମ ମନ୍ଦିରକୁ ନେଇ କଂଗ୍ରେସ ନେତାଙ୍କ ମାନସିକ ଚିନ୍ତାଧାରାରେ ପରିବର୍ତ୍ତନ ହୋଇଛି । ପ୍ରିୟଙ୍କା ଗାନ୍ଧୀ ଭୂମିପୂଜନକୁ ନେଇ ବଡ଼ ବୟାନ ଦେବା ପରେ ରାଜସ୍ଥାନ ପରିବହନ ମନ୍ତ୍ରୀ ପ୍ରତାପ ସିଂହ ଖାଚରିୟାବାସ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ଯୋଗଦାନ ଭାବେ ୨ ମାସର ଦରମା ଓ ରୁପାର ଇଟା ଦେବାକୁ ଘୋଷଣା କରିଛନ୍ତି । ପରିବହନ ମନ୍ତ୍ରୀ କହିଛନ୍ତି, ମୁଁ ରାମ ମନ୍ଦିର ନିର୍ମାଣ ଲାଗି ୨ ମାସର ଦରମା ଓ ଏକ ରୁପାର ଇଟା ଦେବି । ସେ ଲୋକଙ୍କୁ ନିଜର କ୍ଷମତା ଅନୁସାରେ ରାମ ମନ୍ଦିର ନିର୍ମାଣ ଲାଗି ଯୋଗଦାନ ଦେବାକୁ ଅପିଲ କରିଛନ୍ତି । ସେ କହିଛନ୍ତି ଏହି ଉତ୍ସବ ଦୀପାବଳି ଭଳି ଏବଂ ମନରେ ସବୁବେଳେ ଏଭଳି ଭାବନା ରହିବା ଦରକାର । 

ଭୂମିପୂଜନ ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବୟାନ ଜାରି କରି କହିଥିଲେ, ସରଳତା, ସାହସ, ସଂଯମ, ତ୍ୟାଗ, ବଚନବନ୍ଧତା, ଦୀନବନ୍ଧୁ ରାମଙ୍କ ନାମ ସାର ଅଟେ । ରାମ ସମସ୍ତଙ୍କ ମନରେ ଅଛନ୍ତି, ସମସ୍ତଙ୍କ ସାଥୀରେ ଅଛନ୍ତି । ସେ କହିଥିଲେ, ଭଗବାନ ରାମ ଓ ମା’ ସୀତାଙ୍କ ବାର୍ତ୍ତା ଏବଂ ତାଙ୍କର ଆଶୀର୍ବାଦ ରାମଲଲାଙ୍କ ମନ୍ଦିର ଭୂମିପୂଜନର କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ଏକତା ବନ୍ଧୁତ୍ୱ ଏବଂ ସଂସ୍କୃତିକ ସମାଗମର ଅବସର ହେଉ । 

 

  • Tags:

Subscribe

National International State Sports Entertainment