ଲଖନଉରେ ଓକିଲଙ୍କୁ ଆକ୍ରମଣ: ୧୭ ଜଣଙ୍କ ବିରୋଧରେ ମାମଲା ରୁଜୁ, କୋର୍ଟ ବର୍ଜନ କଲେ ଆଇନଜୀବୀ
Khabar Odisha:Nation-Attack-on-lawyer-in-Lucknow-court-case-against-17-persons-including-bar-association-general-secretary

ଲଖନଉ, ଫେବୃଆରୀ ୧୪ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ରାଜଧାନୀ ଲଖନଉର ସିଭିଲ ଅଦାଲତ ପରିସରରେ ଗୁରୁବାର ଦିନଦ୍ୱିପ୍ରହରରେ ଅଜଣା ଲୋକଙ୍କ ଦ୍ୱାରା ଓକିଲଙ୍କ ଉପରକୁ ବୋମାମାଡ଼ କରିବା ଘଟଣାରେ ବାର ଆସୋସିଏଶନର ସାଧାରଣ ସମ୍ପାଦକଙ୍କ ସମେତ ୧୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସୂଚନାଯୋଗ୍ୟ କିଛି ଲୋକ ଲଖନଉ ବାର ଆସୋସିଏଶନର ଯୁଗ୍ମ ସଂପାଦକ ସଂଜୀବ ଲୋଧୀଙ୍କ ଉପରେ ସିବିଲ କୋର୍ଟ ପରିସରରେ ବୋମାମାଡ଼ କରିଥିଲେ ଏବଂ ଏଥି ମଧ୍ୟରୁ ଗୋଟିଏ ବୋମା ବିସ୍ଫୋରଣ ହୋଇଥିଲା । ଅନ୍ୟ ୨ଟି ବୋମା ଫୁଟି ନ ଥିଲା । ଏହି ଘଟଣାରେ ଲୋଧୀ ସମେତ ୩ ଜଣ ଓକିଲ ଆହତ ହୋଇଥିଲେ । 

ଏହି ଆକ୍ରମଣ ପରେ ରାଜ୍ୟର ଅଦାଲତ ପରିସରରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି । ଏହି ଘଟଣାକୁ ନେଇ ଲଖନଉ ବାର ଆସୋସିଏଶନର ସାଧାରଣ ସଂପାଦକ ଜିତୁ ଯାଦବଙ୍କ ସମେତ ୧୭ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମାତ୍ର ଶେଷ ରିପୋର୍ଟ ଲେଖାଯିବା ବେଳକୁ କାହାରି ବିରୋଧରେ ମାମଲା ରୁଜୁ ହୋଇ ନାହିଁ । ଲୋଧୀ କହିଛନ୍ତି କି ସେ କିଛି ନ୍ୟାୟିକ ଅଧିକାରୀଙ୍କ ଉଚ୍ଚଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି । 

ଅନ୍ୟପଟରେ ଆଇଜଜୀବୀମାନେ କୋର୍ଟ ବର୍ଜନ କରିଛନ୍ତି । ଲଖନଉ ବାର ଆସୋସିଏଶନର ପୂର୍ବତନ ବରିଷ୍ଠ ଉପାଧ୍ୟକ୍ଷ ଜେପି ସିଂହ କହିଛନ୍ତି, ଅଭିଯୁକ୍ତକୁ ଗିରଫ କରିବା ପାଇଁ ଆଇନଜୀବୀମାନେ କଚେରୀ ବାହାର ମୁଖ୍ୟ ରାସ୍ତାରେ ଧାରଣା ଆରମ୍ଭ କରିଥିଲେ । ପରେ ପୁଣି ଏହା ବନ୍ଦ ହୋଇଥିଲା । ମାତ୍ର ଆଇନଜୀବୀମାନେ କୋର୍ଟ ବର୍ଜନ କରିଛନ୍ତି । ଏହି ଆକ୍ରମଣ ଘଟଣା ପରେ କୋର୍ଟ ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । 

 

  • Tags:

Subscribe

National International State Sports Entertainment