ଆରମ୍ଭ ହେଲା ବିଧାନସଭା, ଶୋକ ପ୍ରସ୍ତାବ ଆଗତ ପରେ ଦିନ ୩ଟା ଯାଏଁ ଗୃହ ମୁଲତବୀ
Khabar Odisha:Monsoon-Session-begins-at-Odisha-Assembly-CM-Naveen-Patnaik-moves-condolence-motion
ଭୁବନେଶ୍ୱର, ସେପ୍ଟେମ୍ବର ୨୯ (ଖବର ଓଡ଼ିଶା):

ମହାମାରୀ କରୋନା କାଳରେ ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ବସିବାକୁ ଥିବା ଅଧିବେଶନର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଚଳିତ ଅଧିବେଶନ ପାଇଁ ବିଧାନସଭାର ରୂପରେଖ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି । କୋଭିଡ କଟକଣା ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା। ନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ ।

ଅଧିବେଶନ ଆରମ୍ଭରୁ ଦିବଙ୍ଗତ ନେତା, କୋଭିଡ ଯୋଦ୍ଧା ଓ ଦେଶ ପାଇଁ ସହିଦ ହୋଇଥିବା ସେନା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଭିସିରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଥମ ଥର ପାଇଁ ନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ବିଧାନସଭା ଅଧିବେଶନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଅନ୍ୟ କିଛି ବରିଷ୍ଠ ବିଧାୟକ ଲୋକସେବା ଭବନରୁ ଭିଡ଼ିଓ କନଫରେନ୍ସିଂରେ ଉପସ୍ଥିତ ଥିବା ବେଳେ ଆଉ କିଛି ବିଧାୟକ ଜିଲ୍ଲା ପ୍ରଶାସନର ମୁଖ୍ୟ କାର୍ଯ୍ୟାଳୟରୁ ଯୋଗ ଦେଇଥିଲେ।

  • Tags:

Subscribe

National International State Sports Entertainment