ଜୟପୁର: ଦେଶର ଅଧା ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଛି । ଗରମର ପ୍ରକୋପ ଏତେ ବଢ଼ି ଯାଇଛି ଯେ, ଘର କବାଟ-ଝରକା ବନ୍ଦ କରି ରହିବା ମଧ୍ୟ ଅସହ୍ୟ ହୋଇଯାଉଛି । ତେବେ ଭାବିବାକୁ ହେବ ଯେ, ଯେଉଁମାନଙ୍କର ମୁଣ୍ଡ ଉପରେ ଛାତ ନଥିବ, ସେମାନଙ୍କର ଅବସ୍ଥା କେମିତି ଥିବ? ରାଜସ୍ଥାନରେ କିଛି ଦିନ ହେଲା ପ୍ରବଳ ଖରା ଅନୁଭୂତ ହେଉଛି । ରାଜ୍ୟର କିଛି ସ୍ଥାନରେ ଅଂଶୁଘାତ ସ୍ଥିତି ଦେଖିବାକୁ ମିଳୁଛି । ମେ’ ୨୮ରେ ଏଠାରେ ତାପମାତ୍ରା ଚଳିତ ବର୍ଷର ରେକର୍ଡ ଅତିକ୍ରମ କରିଛି । ଚୁରୁରେ ସର୍ବାଧିକ ତାପାମାତ୍ରା ୫୦.୩ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଗଂଗାସାଗରରେ ୪୯.୪, ପିଲାନୀରେ-ଫଲୋଦୀରେ ୪୯, ବୀକାନେରରେ ୪୮.୪, କୋଟାରେ ୪୮.୨, ଜୈସଲମେରରେ ୪୮ ଓ ଜୟପୁରରେ-ବାଡମେରରେ ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
କୋଟା ସହରରେ ୨୪ ଘଣ୍ଟା ମଧ୍ୟରେ ଭିନ୍ନଭିନ୍ନ ଥାନା ଅଞ୍ଚଳରେ ୮ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ପ୍ରବଳ ଖରା ଯୋଗୁଁ ପୂରା ମାସକର କଥା ଯଦି କହିବା ୧୯ ଲୋକଙ୍କର ମୃତ୍ୟୁ ହୋଇଛି । ଏଥିରୁ ୨ ଜଣଙ୍କର ପରିଚୟ ମିଳିନାହିଁ । ପୁଲିସ ମୃତଦେହଗୁଡ଼ିକୁ କର୍ମଯୋଗୀ ପ୍ରତିଷ୍ଠାନ ସହଯୋଗରେ ଅନ୍ତିମ ସଂସ୍କାର କରାଯାଇଛି ।