ଭୁବନେଶ୍ୱର, ଜାନୁଆରୀ 24 (ଖବର ଓଡିଶା) :
ଦୁର୍ନୀତି କଲେ ଆଉ ନିସ୍ତାର ନାହିଁ । ମାଲକାନଗିରିରେ କାଲିମେଳା ଆରଆଇ ଓ କିରାଣୀ ନିଲମ୍ବିତ । ଜାଲିଆତି କରି ପଟ୍ଟା ଦେବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ରାଜସ୍ୱ ନିରୀୟକ ଓ କିରାଣୀଙ୍କୁ ମାଲକାନଗିରି ଜିଲ୍ଲାପାଳ ନିଲମ୍ବନ କରିଛନ୍ତି । ଏହି 2 ଜଣ ଆରଆଇ ଓ କିରାଣୀ ଜାଲିଆତି କରି 18 ଜଣଙ୍କ ନାଁରେ ପଟ୍ଟା କରିଥିବା ଅଭିଯୋଗ ରହିଛି । ତଦନ୍ତ କରାଯାଇ ଆରଆଇ ଓ କିରାଣୀଙ୍କୁ ନିଲମ୍ବନ କରାଯାଇଛି ।