ଜବଲପୁର: ଏକ ଦୁଷ୍କର୍ମ ମାମଲାରେ, ପୀଡିତାଙ୍କ ପରିଚୟ ପ୍ରାୟତଃ ଲୁଚାଇ ରଖାଯାଉଛି। ପୀଡିତାଙ୍କ ନାମ ଏବଂ ଠିକଣା ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଉଛି। ତଥାପି, ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କ ପ୍ରତି ସମାନ ବ୍ୟବହାର କାହିଁକି କରାଯାଏ ନାହିଁ? ମଧ୍ୟପ୍ରଦେଶ ହାଇକୋର୍ଟ ସରକାରଙ୍କଠାରୁ ଏହି ପ୍ରଶ୍ନର ଉତ୍ତର ମାଗିଛନ୍ତି। ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି ଯେ ଦୁର୍ଷ୍ମ ପୀଡିତାଙ୍କ ପରି ବଳାତ୍କାର ଅଭିଯୁକ୍ତଙ୍କ ନାମ କାହିଁକି ଲୁଚାଇ ରଖାଯାଉ ନାହିଁ? ଏହାର ଜବାବ ଦେବା ପାଇଁ କୋର୍ଟ ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି।
ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ସୁରେଶ କୁମାର କୈତ ଏବଂ ବିଚାରପତି ବିବେକ ଜୈନଙ୍କ ଖଣ୍ଡପୀଠ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ମଧ୍ୟପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି, ଯଦି ସରକାର ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଉତ୍ତର ନଦିଅନ୍ତି, ତେବେ ୧୫,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିପାରେ। ଏହି ରାଶି ହାଇକୋର୍ଟ ଆଇନଗତ ସହାୟତା କମିଟିରେ ଜମା କରାଯିବ।
ଜବଲପୁର ବାସିନ୍ଦା ଡକ୍ଟର ପିଜି ନଜପାଣ୍ଡେ ଏବଂ ଡକ୍ଟର ଏମଏ ଖାନ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ତାଙ୍କ ଓକିଲ ଅଜୟ ରାଇଜାଦା ଶୁଣାଣି ସମୟରେ ଯୁକ୍ତି ଦେଇଥିଲେ ଯେ ଦୁର୍ଷ୍ମ ପୀଡିତାଙ୍କ ନାମ ଗୋପନ ରଖିବା ପାଇଁ ଫୌଜଦାରୀ ଆଇନରେ ଏକ ବ୍ୟବସ୍ଥା ଅଛି। କିନ୍ତୁ ଅଭିଯୁକ୍ତଙ୍କ ନାମ ପ୍ରକାଶ ପାଇଛି। ଏହା ଲିଙ୍ଗଗତ ଭେଦଭାବକୁ ଦର୍ଶାଉଛି, ଯାହା ସମ୍ପୂର୍ଣ୍ଣ ଭାବରେ ସମ୍ବିଧାନ ବିରୁଦ୍ଧରେ।
ଅଜୟ ରାଇଜାଦା କହିଛନ୍ତି ଯେ ଅପରାଧ ଆଇନଗତ ଭାବରେ ପ୍ରମାଣିତ ନହେବା ପର୍ଯ୍ୟନ୍ତ ଅଭିଯୁକ୍ତ ନିର୍ଦ୍ଦୋଷ। ଏପରି କ୍ଷେତ୍ରରେ, ଦୁଷ୍କର୍ମ ଭଳି ଗମ୍ଭୀର ଅପରାଧରେ ଅଭିଯୁକ୍ତଙ୍କ ନାମ ସାର୍ବଜନୀନ କରିବା ଦ୍ୱାରା ତାଙ୍କ ଭାବମୂର୍ତ୍ତିକୁ ଗଭୀର କ୍ଷତି ପହଞ୍ଚେ। ଅଜୟ ରାଇଜାଦା ଫିଲ୍ମ ଇଣ୍ଡଷ୍ଟ୍ରିର ଉଦାହରଣ ଦେଇ କହିଛନ୍ତି ଯେ ମଧୁର ଭଣ୍ଡାରକରଙ୍କ ପରି ଅନେକ ବଡ଼ ବ୍ୟକ୍ତିତ୍ୱ ଏପରି ଅଭିଯୋଗରେ ନିର୍ଦୋଷ ପ୍ରମାଣିତ ହୋଇଛନ୍ତି, କିନ୍ତୁ ସେମାନଙ୍କ ନାମ ପ୍ରକାଶ ପାଇବା ପରେ ସେମାନଙ୍କ ପ୍ରତିଷ୍ଠା କ୍ଷୁର୍ଣ୍ଣ ହୋଇଛି। ଅଜୟ କୋର୍ଟଙ୍କ ନିକଟରେ ଦାବି କରିଥିଲେ ଯେ ବିଚାର ସମାପ୍ତ ହେବା ପର୍ଯ୍ୟନ୍ତ ବଳାତ୍କାର ଅଭିଯୁକ୍ତଙ୍କ ନାମ ମଧ୍ୟ ଗୁପ୍ତ ରଖାଯାଉ।
ଆବେଦନର ଶୁଣାଣି ସମୟରେ, ବିଚାରପତି ସୁରେଶ କୁମାର କୈଟ ଏବଂ ବିବେକ ଜୈନଙ୍କ ଖଣ୍ଡପୀଠ ଏହି ମାମଲାରେ ରାଜ୍ୟ ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଯଦି ରାଜ୍ୟ ସରକାର ୪ ସପ୍ତାହ ପରେ ଉତ୍ତର ଦିଅନ୍ତି, ତେବେ ଉତ୍ତର ସହିତ ୧୫,୦୦୦ ଟଙ୍କା ଜରିମାନା ଦେବାକୁ ପଡିବ।
ଅଧିକ ପଢ଼ନ୍ତୁ: ମୋଦୀ ସରକାରଙ୍କୁ ପ୍ରଶଂସା କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ