ଆକ୍ତାଉ: କାଜାଖସ୍ତାନରୁ ରୁଷିଆ ଅଭିମୁଖେ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ବିମାନ ବୁଧବାର ଦେଶର ଆକ୍ତାଉ ସହରର ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କାଜାଖସ୍ତାନ ଜରୁରୀକାଳୀନ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଦୁର୍ଘଟଣାର କାରଣକୁ ନେଇ ଏକ ବଡ ଖୁଲାସା ହୋଇଛି।
ବୁଧବାର ପଶ୍ଚିମ କାଜାଖସ୍ତାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଜରବାଇଜାନ ଏୟାରଲାଇନ୍ସର ଯାତ୍ରୀବାହୀ ବିମାନ ଭିତରେ ଥିବା ଅକ୍ସିଜେନ ଟାଙ୍କି ବିସ୍ଫୋରଣ ହୋଇଥିବା କାଜାଖସ୍ତାନର ଗଣମାଧ୍ୟମ ରିପୋର୍ଟ କରିଛି। ବିମାନରେ ୬୭ ଜଣ ଯାତ୍ରୀ ଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଯାତ୍ରୀମାନେ ଅଚେତ ହେବାକୁ ଲାଗିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଆଜରବାଇଜାନ ଏୟାରଲାଇନ୍ସର ବିମାନ ଜେ୨-୮୨୪୩ ନିର୍ଦ୍ଧାରିତ ମାର୍ଗଠାରୁ ଶହଶହ ମାଇଲ ଦୂରରେ ଉଡ଼ି କାସ୍ପିଆନ୍ ସାଗରର ବିପରୀତ ଉପକୂଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଋଷର ବିମାନ ଚଳାଚଳ ନିୟାମକ କହିଛନ୍ତି ଯେ ପକ୍ଷୀ ଧକ୍କାରେ ଏହି ଦୁର୍ଘଟଣା ଘଟିଛି। କାଜାକ୍ ଅଧିକାରୀମାନେ କହିଛନ୍ତି ଯେ ବିମାନଟି ଅକ୍ତାଉ ସହର ନିକଟରେ ନିର୍ଦ୍ଧାରିତ ମାର୍ଗରୁ ବିଚ୍ଛିନ୍ନ ହୋଇଥିଲା। ଏହି ଦୁର୍ଘଟଣାରୁ ୩୨ ଜଣ ବର୍ତ୍ତି ଯାଇଛନ୍ତି।
ଆଜରବାଇଜାନ ଏୟାରଲାଇନ୍ସ କହିଛି ଯେ ବିମାନରେ ୬୭ ଜଣ ଯାତ୍ରୀ ଥିଲେ। ଏଥିରେ ୬୨ ଜଣ ଯାତ୍ରୀ ଓ ୫ ଜଣ କ୍ରୁ ମେମ୍ବର ସାମିଲ ଥିଲେ। କାଜାଖସ୍ତାନ ଗଣମାଧ୍ୟମ ଦେଶର ଉପପ୍ରଧାନମନ୍ତ୍ରୀଙ୍କ ବୟାନ ଦେଇ କହିଛି ଯେ ଏହି ଦୁର୍ଘଟଣାରେ ୩୮ ଜଣଙ୍କର ମୃତ୍ୟୁ ଘଟିଛି। କାଜାଖସ୍ତାନ ପରିବହନ ମନ୍ତ୍ରଣାଳୟ ଟେଲିଗ୍ରାମରେ କହିଛି, ବାକୁ-ଗ୍ରୋଜନି ରୁଟରେ ଯାଉଥିବା ଏକ ବିମାନ ଆକ୍ତାଉ ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଆଜରବାଇଜାନ ଏୟାରଲାଇନ୍ସର ଏକ ବିମାନ।
ଆଜରବାଇଜାନର ରାଷ୍ଟ୍ରପତି ଇଲହାମ ଅଲିୟେଭ ନିଜର ରୁଷିଆ ଗସ୍ତକୁ ବାତିଲ କରିଛନ୍ତି। ଏଠାରେ ସେ ପୂର୍ବତନ ସୋଭିଏତ ରାଷ୍ଟ୍ରମାନଙ୍କର ଏକ ଗୋଷ୍ଠୀ ସ୍ୱାଧୀନ ରାଷ୍ଟ୍ରଗୋଷ୍ଠୀର ନେତାମାନଙ୍କର ଏକ ଅନୌପଚାରିକ ଶିଖର ସମ୍ମିଳନୀରେ ଯୋଗ ଦେବାର ଥିଲା । ଗୁରୁବାର (ଡିସେମ୍ବର ୨୬) ସେ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।
ଅଧିକ ପଢ଼ନ୍ତୁ: ଉତ୍ତରପ୍ରଦେଶ-ରାଜସ୍ଥାନରେ ଘନ କୁହୁଡ଼ି ବଢ଼ାଇଲା ଚିନ୍ତା