ନାବାଳିକା ଦୁଷ୍କର୍ମ, ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ
Khabar Odisha:Juvenile-mischief-court-orders-20-years-imprisonment-and-Rs-5-lakh-compensation-to-accused
କଟକ, ନଭେମ୍ବର 27(ଖବର ଓଡ଼ିଶା)

 ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଲେ କଟକ ସ୍ବତନ୍ତ୍ର ପୋକ୍ସୋ ଆଡାହକ କୋର୍ଟ । ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କାର ଜୋରିମାନା ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ। ଅଭିଯୁକ୍ତ ମଣ୍ଟୁ ମଲ୍ଲିକ ବିରୋଧରେ ଏହି ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ସୂଚନା ଅନୁଯାୟୀ, ଗତ ୧୯.୫. ୨୦୧୯ ମସିହାରେ ସାଲେପୁର ଥାନା ଅଞ୍ଚଳରେ ୧୬ ବର୍ଷୀୟା ନାବାଳିକାକୁ ଚାକିରୀ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ମଣ୍ଟୁ ମଲ୍ଲିକ । ଏ ନେଇ ଥାନାରେ ଏତଲା ଦିଆଯାଇଥିଲା । ଏହି ଘଟଣାରେ ୧୨ ଜଣ ସାକ୍ଷୀ ଓ ୨୯ ଟି ଡକ୍ୟୁମେଣ୍ଟ ଆଧାରରେ ଅଭିଯୁକ୍ତକୁ କୋର୍ଟ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ପୀଡ଼ିତାକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପବ୍ଲିକ ପ୍ରୋସେକ୍ୟୁଟର ବିଶ୍ଵଜିତ ରାୟଙ୍କ ସୂଚନା ।

  • Tags:

Subscribe

National International State Sports Entertainment