ୱାଶିଂଟନ୍: ଆମେରିକାର ରାଜଧାନୀ ୱାଶିଂଟନର ଯିହୁଦୀ ସଂଗ୍ରହାଳୟ ନିକଟରେ ଗୁଳିକାଣ୍ଡ ଘଟି ଇସ୍ରାଏଲୀ ଦୂତାବାସର ଦୁଇ ଜଣ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ଆମେରିକୀୟ ଯିହୂଦୀ କମିଟି ଦ୍ୱାରା ଆୟୋଜିତ ଏକ ଇହୁଦୀ ସଂଗ୍ରହାଳୟ ବାହାରେ ଏହି ଗୁଳିକାଣ୍ଡ ଘଟିଛି। ଏଫବିଆଇର ମିଳିତ ଆତଙ୍କବାଦ ଟାସ୍କ ଫୋର୍ସ ଘଟଣାର ତଦନ୍ତ କରୁଛି।
ଗୃହ ସୁରକ୍ଷା ବିଭାଗ ସଚିବ କ୍ରିଷ୍ଟି ନୋଏମ କହିଛନ୍ତି ଯେ ୱାଶିଂଟନ ଡିସିର ଯିହୁଦୀ ସଂଗ୍ରହାଳୟ ନିକଟରେ ଦୁଇ ଜଣ ଇସ୍ରାଏଲୀ ଦୂତାବାସ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ଆମେ ଏହାର ସକ୍ରିୟ ତଦନ୍ତ କରୁଛୁ ଏବଂ ଏହା ଜାଣିବା ପରେ ଅଧିକ ସୂଚନା ସେୟାର କରିବୁ। ପୀଡିତଙ୍କ ପରିବାର ପାଇଁ ପ୍ରାର୍ଥନା କରନ୍ତୁ। ଆମେ ହତ୍ୟାକାରୀମାନଙ୍କୁ ନ୍ୟାୟର ହାତକୁ ଆଣିବୁ।
ଏଫବିଆଇ ନିର୍ଦ୍ଦେଶକ କାଶ ପଟେଲ କହିଛନ୍ତି ଯେ ୱାଶିଂଟନର ଯିହୁଦୀ ସଂଗ୍ରହାଳୟ ବାହାରେ ଗୁଳିକାଣ୍ଡ ବିଷୟରେ ମୋତେ ଏବଂ ମୋ ଦଳକୁ ସୂଚନା ଦିଆଯାଇଥିଲା। ଆମେ ଏମ୍ପିଡି ସହିତ ଘନିଷ୍ଠ ଭାବରେ କାମ କରୁଛୁ। ପୀଡିତ ଏବଂ ସେମାନଙ୍କ ପରିବାର ପାଇଁ ପ୍ରାର୍ଥନା କରନ୍ତୁ। ଆମେ ଶୀଘ୍ର ଏ ବିଷୟରେ ଅଧିକ ସୂଚନା ଦେବୁ।
ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି, ଜାତିସଂଘରେ ଇସ୍ରାଏଲୀ ରାଷ୍ଟ୍ରଦୂତ ଡାନି ଡାନନ୍ ଏହାକୁ ଯିହୂଦୀମାନଙ୍କ ବିରୁଦ୍ଧରେ ଏକ ଆତଙ୍କବାଦୀ କାର୍ଯ୍ୟ ବୋଲି କହିଛନ୍ତି।
ଅଧିକ ପଢ଼ନ୍ତୁ: ୮ ମାସ ମଧ୍ୟରେ ହଟିଲେ ବାଂଲାଦେଶର ବୈଦେଶିକ ସଚିବ