୧୫ ବକ୍ସ ପାଇଁ ଟ୍ରମ୍ପଙ୍କ ଘରେ ଚଢ଼ଉ କରିଥିଲା ଏଫ୍‌ବିଆଇ, ସୂଚନା ପାଇ ନଥିଲେ ବାଇଡେନ୍‌!
Khabar Odisha:International-Joe-Biden-not-briefed-on-raid-at-Donald-Trump-Florida-home-FBI-seized-dozen-boxes

ୱାଶିଂଟନ୍‌, ଅଗଷ୍ଟ ୧୦ (ଖବର ଓଡ଼ିଶା): ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢ଼ଉ ହୋଇଥିବା ନେଇ ସୂଚନା ନଥିଲା । ହ୍ୱାଇଟ ହାଉସ ପକ୍ଷରୁ ଏହି ଦାବି କରାଯାଇଛି । ହ୍ୱାଇଟ ହାଉସ ପକ୍ଷରୁ ପ୍ରେସ ସଚିବ ଜୀନ ପିୟରେ କହିଛନ୍ତି ଯେ, ଏହି ମାମଲାରେ ନ୍ୟାୟ ବିଭାଗ ସ୍ୱାଧୀନ ଭାବେ କାମ କରୁଛି ଏବଂ ରାଷ୍ଟ୍ରପତି ବାଇଡେନଙ୍କୁ ମଧ୍ୟ ଚଢ଼ଉ ସଂପର୍କରେ ସୂଚନା ଦିଆଯାଇ ନାହିଁ । ତଦନ୍ତକାରୀ ସଂସ୍ଥା ଦ୍ୱାରା ଟ୍ରମ୍ପଙ୍କ ଘରୁ ୧୨ଟି ବକ୍ସ ଜବତ କରାଯାଇଛି । 

ସୂଚନାଯୋଗ୍ୟ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡାସ୍ଥିତ ମାର-ଏ-ଲାଗୋ ରିସର୍ଟ ଉପରେ ଏଫବିଆଇ ଚଢଉ କରିଥିଲା । ଡୋନାଲ୍ଡ ଟ୍ରମ୍ପ ନିଜେ ଏବାବଦରେ ଟୁଇଟ୍ କରି ସୂଚନା ଦେଇଥିଲେ । ସେ କହିଥିଲେ ଯେ, ପାମ୍ ବିଚ୍‌ସ୍ଥିତ ମାର-ଏ-ଲାଗୋ ଉପରେ ଏଫବିଆଇର ଅଧିକାରୀମାନେ ଚଢ଼ଉ କରିଛନ୍ତି ଏବଂ ଏହାକୁ ଜବତ କରିଦେଇଛନ୍ତି । କୁହାଯାଉଛି ଯେ, ଏଫବିଆଇର ଏହି ଚଢ଼ଉ ଉପରାଷ୍ଟ୍ରପତିଙ୍କ କାଗଜପତ୍ର ଖୋଜୁଛନ୍ତି, ଯାହାକୁ ଟ୍ରମ୍ପ ହ୍ୱାଇଟ୍‌ହାଉସ ଛାଡ଼ିବା ପରେ ଫ୍ଲୋରିଡା ନେଇଯାଇଥିବା ସଂଦେହ କରାଯାଉଛି । 

ଟ୍ରମ୍ପ କହିଥିଲେ ଯେ, ତାଙ୍କର ଫ୍ଲୋରିଡାସ୍ଥିତ ସୌନ୍ଦର୍ଯ୍ୟପୂର୍ଣ୍ଣ ପାମ ବିଚ୍ ଘର ଉପରେ ଏଫବିଆଇର ଚଢ଼ଉ ହୋଇଛି । ଏହାକୁ ଅଧିକାରୀଙ୍କ ଦ୍ୱାରା ଜବତ କରାଯାଇଛି । କୁହାଯାଉଛି ଯେ, ଯେତେବେଳେ ଏଫବିଆଇର ଚଢ଼ଉ ହୋଇଥିଲା, ସେହି ସମୟରେ ଟ୍ରମ୍ପ ଘରେ ଉପସ୍ଥିତ ନ ଥିଲେ । ତେବେ ଟ୍ରମ୍ପ କହିଛନ୍ତି ଯେ, ଏହା ଆମ ପାଇଁ କଳା ଦିନ ଆରମ୍ଭ ହୋଇଯାଇଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ସହିତ ଏଭଳି କେବେ ହୋଇ ନ ଥିଲା । ତଦନ୍ତ ସଂସ୍ଥା ସହିତ ସହଯୋଗ ପରେ ବି ଚଢ଼ଉ କରାଯାଇଛି । ଶାସକ ଦଳ ହଇରାଣ କରିବାକୁ ଚାହୁଁଛନ୍ତି । ସେମାନେ ଚାହୁଁଛନ୍ତି ଯେ, ମୁଁ ଯେପରିକି ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଅବତୀର୍ଣ୍ଣ ନ ହୁଏ ।

 

  • Tags:

Subscribe

National International State Sports Entertainment