ଆମେରିକା: ମେକ୍ସିକୋରେ ଗୁଳିମାଡ; ୪ ପୋଲିସ ଅଧିକାରୀଙ୍କ ସମେତ ୧୨ ମୃତ
Khabar Odisha:International-12-dead-in-clash-between-police-armed-civilians-in-Mexicos-Jalisco-state

ମେକ୍ସିକୋ, ଜୁନ୍ ୨୪ (ଖବର ଓଡ଼ିଶା): ଆମେରିକୀୟ ରାଜ୍ୟ ମେକ୍ସିକୋର ଜାଲିସ୍କୋରେ ପୋଲିସ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଗୁଳିମାଡ଼ରେ ୪ ଜଣ ପୋଲିସ ଅଧିକାରୀଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଜାଲିସ୍କୋ ରାଜ୍ୟର ଇଆଇ ସାଲଟୋ ସହରରେ ଗୁରୁବାର ଏହି ହିଂସାକାଣ୍ଡ ହୋଇଥିବା ନେଇ ଗଭର୍ଣ୍ଣର ଏନ୍‌ରିକ୍ ଆଲଫାରେ ସ୍ପଷ୍ଟ କରିଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ପୋଲିସ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । 

ଇଆଇ ସାଲଟୋ ପୋଲିସ ଓ ରାଜ୍ୟ ପୋଲିସର ଗୁଳିମାଡ଼ରେ ୮ ଜଣ ଅପରାଧୀ ନିହତ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି । ସେହିଭଳି ଗୁଳିମାଡ଼ରେ ୪ ଜଣ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ନେଇ ଗଭର୍ଣ୍ଣର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗତ ମାର୍ଚ୍ଚ ମାସରେ ଜାଲିସ୍କୋରେ ସମ୍ଭାବିତ ହିଂସାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । 

 

  • Tags:

Subscribe

National International State Sports Entertainment