ହାତୀଉତ୍ପାତ ଘଟଣା, ଟ୍ରାଙ୍କୁଲାଇଜ୍‌ କରାଯିବାରୁ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା DFOଙ୍କ ସୂଚନା
Khabar Odisha:Information-from-DFO-that-the-situation-has-been-brought-under-control-since-the-elephant-poaching-incident-has-been-tranquilized
କଟକ,ସେପ୍ଟେମ୍ବର ୨୮(ଖବର ଓଡିଶା):

ଜଗତପୁରରେ ହାତୀ ଉତ୍ପାତ କରିବା ଘଟଣା।  ରେ ସ୍ଥିତି ନିୟନ୍ତ୍ରଣକୁଟ୍ରାଙ୍କୁଲାଇଜ୍‌ କରାଯିବାରୁ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ଜଙ୍ଗଲରେ ଲୁଚି ରହିଥିବା ନରହନ୍ତା ହାତୀକୁ ବର୍ତ୍ତମାନ ୩ ଡୋଜ ଟ୍ରାଙ୍କୁଲାଇଜ କରାଯାଇ ନିସ୍ତେଜ କରାଯାଇଛି। 

ପରେ ଗୋଡରେ ଶିକୁଳି ସାହାଯ୍ୟରେ ବନ୍ଧାଯାଇଥିବା ବେଳେ ଏକ କ୍ରେନ୍ ମାଧ୍ୟମରେ ନିଆଯାଇ ନିର୍ଦ୍ଧିଷ୍ଟ କୌଣସି ଜଙ୍ଗଲରେ ଛଡାଯିବ ବୋଲି କହିଛନ୍ତି DFO ଅଜିତ ଶତପଥୀ ।

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ କଟକ ସହରରେ ୩ ହାତୀ ପଶିଥିଲେ। ଏହି ହାତୀ ଜଗତପୁର ଅଞ୍ଚଳରେ ଆତଙ୍କ ରାଜ୍ ସୃଷ୍ଟି କରିବା ସହ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟପଟେ ୩ ହାତୀ ମଧ୍ୟରୁ ଗୋଟିଏ ହାତୀର ମଧ୍ୟ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି । 

  • Tags:

Subscribe

National International State Sports Entertainment