ନୂଆଦିଲ୍ଲୀ: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପିତା ଶେଖ ମୁଜିବୁର ରହମାନଙ୍କ ଐତିହାସିକ ବାସଭବନରେ ବୁଧବାର ରାତିରେ ନିଆଁ ଲଗାଇ ଦିଆଯାଇଛି ଏବଂ ଭଙ୍ଗାରୁଜା କରାଯାଇଛି। ରାଜଧାନୀ ଢାକାର ଧାନମଣ୍ଡି ଅଞ୍ଚଳରେ ମୁଜିବୁର ରେହମାନଙ୍କ ଘର ସମ୍ମୁଖରେ ବିକ୍ଷୋଭକାରୀମାନେ ଏକତ୍ରିତ ହୋଇଥିଲେ।
ଇଣ୍ଟରନେଟ୍ ମିଡିଆରେ "ବୁଲଡୋଜର ରାଲି" ପାଇଁ ଡାକରା ଦିଆଯିବା ପରେ ଏହି ରାଲି ଅନୁଷ୍ଠିତ ହୋଇଥିଲା। ଭାରତରୁ ହାସିନାଙ୍କ ଏକ ଅନଲାଇନ୍ ସମ୍ବୋଧନର ପ୍ରତିବାଦରେ ଏହି ପଦକ୍ଷେପ ନିଆଯାଇଛି। ଏହି ଘଟଣା ସହିତ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେହି ସମୟରେ, ଭାରତ ମଧ୍ୟ ଏହି ଘଟଣା ଉପରେ ଚିନ୍ତା ପ୍ରକାଶ କରିଛି।
ଭାରତ ଏହି ଘଟଣାକୁ ଗୁଣ୍ଡାଗିରି ବୋଲି କହିଛି। ଗୁରୁବାର ସନ୍ଧ୍ୟାରେ ଭାରତରୁ ଏହି ପ୍ରତିକ୍ରିୟା ଆସିଥିଲା। ବାଂଲାଦେଶ ସରକାର ଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭର୍ଚୁଆଲ୍ ଭାଷଣ ଉପରେ ଆପତ୍ତି ଜଣାଇବା ପାଇଁ ଢାକାରେ ଭାରତର କାର୍ଯ୍ୟକାରୀ ଉଚ୍ଚାୟୁକ୍ତଙ୍କୁ ସମନ କରିଥିଲେ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, "ବାଂଲାଦେଶରେ ସ୍ୱେଚ୍ଛାଚାର ଏବଂ ବାହ୍ୟ ଆକ୍ରମଣର ସାହସିକ ବିରୋଧର ପ୍ରତୀକ ଶେଖ ମୁଜିବୁର ରହମାନଙ୍କ ଐତିହାସିକ ବାସଭବନକୁ ନିଆଁ ଲଗାଇ ଦିଆଯିବା ଅତ୍ୟନ୍ତ ଦୁଃଖଦ। ଯେଉଁମାନେ ବାଂଲାଦେଶର ସ୍ୱାଧୀନତା ସଂଗ୍ରାମର ମୂଲ୍ୟବୋଧ ଏବଂ ବଙ୍ଗାଳୀ ପରିଚୟ ଏବଂ ଗର୍ବକୁ ବୁଝନ୍ତି, ସେମାନେ ବାଂଲାଦେଶର ଜାତୀୟ ଚେତନା ଜାଗ୍ରତ କରିବାରେ ଶେଖ ମୁଜିବୁର ରହମାନଙ୍କ ବାସଭବନର ଗୁରୁତ୍ୱକୁ ବୁଝନ୍ତି। ଗୁଣ୍ଡାଗିରିର ଏହି କାର୍ଯ୍ୟକୁ କଡ଼ା ଶବ୍ଦରେ ନିନ୍ଦା କରାଯିବା ଉଚିତ।"
ଆପଣଙ୍କୁ କହିରଖୁଛୁ ଯେ ବର୍ତ୍ତମାନ ମୁଜିବୁରହମାନଙ୍କ ବାସଭବନ ଏକ ସଂଗ୍ରହାଳୟ ଭାବରେ ପ୍ରତିଷ୍ଠିତ ହୋଇଥିଲା। ଶେଖ ହସିନା ଭାରତରୁ ଭର୍ଚୁଆଲ୍ ଭାବରେ ଏହି ଭାଷଣ ଦେଇଥିଲେ। ଏହି ଭାଷଣ ସମ୍ପର୍କରେ, ବାଂଲାଦେଶ ଭାରତକୁ ଶେଖ ହାସିନାଙ୍କ କାର୍ଯ୍ୟକଳାପ ବନ୍ଦ କରିବାକୁ ଅନୁରୋଧ କରିଛି। ଏହା ବାଂଲାଦେଶରେ ଅସ୍ଥିରତାର ବାତାବରଣ ସୃଷ୍ଟି କରୁଛି।
ଅଧିକ ପଢ଼ନ୍ତୁ: ୟୁନୁସଙ୍କୁ ଜବାବ୍ ଦେଲେ ଶେଖ ହସିନା