ନୂଆଦିଲ୍ଲୀ: ପାକିସ୍ତାନକୁ ପୁଣି ଥରେ ଝଟକା ଲାଗିଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି)ରେ ପାକିସ୍ତାନ କାଶ୍ମୀରୀ ମହିଳାଙ୍କ ବିଷୟରେ ଉଲ୍ଲେଖ କରିବା ପରେ ଭାରତ କଡ଼ା ଜବାବ ଦେଇଛି। ଜାତିସଂଘରେ ଭାରତର ପ୍ରତିନିଧି ପାର୍ବଥନେନି ହରିଶ ପଡ଼ୋଶୀ ଦେଶକୁ ସମାଲୋଚନା କରି କହିଛନ୍ତି ଯେ ପାକିସ୍ତାନ ଏବେ ବି ଭ୍ରମରେ ବଞ୍ଚୁଛି। ୟୁଏନ୍ଏସ୍ସିରେ ମହିଳାମାନଙ୍କ ଶାନ୍ତି ଏବଂ ସୁରକ୍ଷା ଉପରେ ଏକ ବିତର୍କ ଆରମ୍ଭ ହୋଇଥିଲା। ପାକିସ୍ତାନ ପୁଣି ଥରେ ଜମ୍ମୁ କଶ୍ମୀର ପ୍ରସଙ୍ଗ ଉଠାଇଲା। ଭାରତ ପକ୍ଷରୁ ବକ୍ତବ୍ୟ ରଖି ପାର୍ବଥନେନି ହରିଶ କହିଛନ୍ତି, ଦୁର୍ଭାଗ୍ୟବଶତଃ ପ୍ରତିବର୍ଷ ଆମକୁ ଆମ ଦେଶ ବିଶେଷକରି ଜମ୍ମୁ କଶ୍ମୀର ବିରୁଦ୍ଧରେ ପାକିସ୍ତାନର ଭ୍ରାମକ କାହାଣୀ ଶୁଣିବାକୁ ପଡ଼ୁଛି।
ହରିଶ ପାକିସ୍ତାନକୁ ଏକ ଉପଯୁକ୍ତ ଜବାବ ଦେଇ କହିଛନ୍ତି ଯେ ପଡ଼ୋଶୀ ଦେଶ ବିଶ୍ୱକୁ ଭ୍ରମିତ କରୁଛି। ହରିଶ ୟୁଏନ୍ଏସ୍ସିରେ କହିଥିଲେ, ଏହା ଏପରି ଏକ ଦେଶ ଯିଏ ୧୯୭୧ ମସିହାରେ ଅପରେସନ ସର୍ଚ୍ଚଲାଇଟ୍ ଆରମ୍ଭ କରିଥିଲା ଏବଂ ନିଜ ସେନା ଦ୍ୱାରା ୪ଲକ୍ଷରୁ ଅଧିକ ମହିଳାଙ୍କ ଗଣ ବଳାତ୍କାର ଏବଂ ନରସଂହାରକୁ ମଞ୍ଜୁରୀ ଦେଇଥିଲା। ବିଶ୍ୱ ପାକିସ୍ତାନର ପ୍ରଚାରକୁ ଭଲ ଭାବରେ ବୁଝୁଛି।" ଜାତିସଂଘରେ ପାକିସ୍ତାନର ସ୍ଥାୟୀ ମିଶନର ଅଂଶ ଥିବା ସାଇମା ସଲିମଙ୍କ ମନ୍ତବ୍ୟ ଉପରେ ଭାରତ ଏହି କଡ଼ା ପ୍ରତିକ୍ରିୟା ଦେଇଛି। ସଲିମ କହିଛନ୍ତି, "କାଶ୍ମୀର ମହିଳାମାନେ ଦଶନ୍ଧି ଧରି ଯନ୍ତ୍ରଣା ଭୋଗୁଛନ୍ତି। ସେମାନଙ୍କୁ ଯୁଦ୍ଧର ଅସ୍ତ୍ର ଭାବରେ ବ୍ୟବହାର କରାଯାଉଥିଲା ଏବଂ ବର୍ଷ ବର୍ଷ ଧରି ଯୌନ ହିଂସା ମଧ୍ୟ ସହ୍ୟ କରୁଛନ୍ତି।
ପାକିସ୍ତାନୀ ସେନା ବାଂଲାଦେଶରେ ବାଂଲାଦେଶରେ ଅପରେସନ ସର୍ଚ୍ଚଲାଇଟ୍ ଆରମ୍ଭ କରିଥିଲା ଯାହା ଦ୍ୱାରା ବଙ୍ଗୀୟ ଜାତୀୟତାବାଦୀ ଆନ୍ଦୋଳନ ବନ୍ଦ ହୋଇଥିଲା। ଏହି ଅପରେସନ ସମୟରେ ସେନା ୩ ଲକ୍ଷରୁ ଅଧିକ ବଙ୍ଗାଳୀଙ୍କୁ ହତ୍ୟା କରିଥିଲା।
ସେହି ସମୟରେ ୪ ଲକ୍ଷରୁ ଅଧିକ ମହିଳାଙ୍କୁ ଗଣବଳାତ୍କାର ଏବଂ ଗଣହତ୍ୟା କରାଯାଇଥିଲା। ଅପରେସନ ସର୍ଚ୍ଚଲାଇଟ୍ ସମୟରେ ପାକିସ୍ତାନୀ ସେନାର ବର୍ବରତାରୁ ରକ୍ଷା ପାଇବା ପାଇଁ ୧ କୋଟିରୁ ଅଧିକ ବଙ୍ଗାଳୀ ଶରଣାର୍ଥୀ ବାଂଲାଦେଶରୁ ଭାରତ ପଳାଇ ଆସିଥିଲେ।
ଅଧିକ ପଢ଼ନ୍ତୁ: ଦିନିକିଆ ଏବଂ ଟି-୨୦ ସିରିଜ ପାଇଁ ପାକିସ୍ତାନର ଦଳ ଘୋଷଣା